Home ଜିଲ୍ଲା ପରିକ୍ରମା ନିକମା ସରକାର ଓ ଅପାରଗ ନେତା ବିରୁଦ୍ଧରେ ଜୋରଦାର ଆନ୍ଦୋଳନ ହେବ -ଭଦ୍ରକ ଜିଲ୍ଲା ଯୁବ...

ନିକମା ସରକାର ଓ ଅପାରଗ ନେତା ବିରୁଦ୍ଧରେ ଜୋରଦାର ଆନ୍ଦୋଳନ ହେବ -ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ

1

ଭଦ୍ରକ, ୩୦ା୯ – ଦେଶର ଚାଲୁଥିବା ମୋଦୀ ସରକାର ଗଣତନ୍ତ୍ରକୁ ହତ୍ୟା କରିବା ସହ ସାମ୍ବିଧାନ ପ୍ରତି ହୋଇଛି ବିପଦ, ଲୋକଙ୍କ ଭୋଟ ହୋଇଯାଉଛି ଚୋରୀ । ଫଳରେ ଦେଶର ଦେଖାଦେଇଛି ଅରାଜକତା,ବଢ଼ି ଚାଲିଛି ବେକାରୀ ସମସ୍ୟା । ଶିକ୍ଷିତ ଯୁବକ/ଯୁବତୀ ମାନଙ୍କୁ ମିଳୁନାହିଁ ଚାକିରୀ । ଏ କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ଦାୟୀ ରହୁଥିବାରୁ ଆଗାମୀ ଦିନରେ ଜିଲ୍ଲା ଯୁବକଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୁବ ସଭାପତି ସଭାପତି ବଳରାମ ରାଉତ ଧମକ ଦେଇଛନ୍ତି । ସେହିପରି ଏ ନିକମା ସରକାର ଦେଶର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଯାଇ ୯୦ହଜାରରୁ ଉର୍ଦ୍ଧ ସ୍କୁଲ ବନ୍ଧ କରିବା ସହ ପେପର ଲିକ କରି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛନ୍ତି ।ଜିଲ୍ଲାର ହଜାର ହଜାର ଯୁବକ ଯୁବତୀ ଚାକିରୀ ଖଣ୍ଡିଏ ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇ ଯାଉଥିବା ବେଳେ ଭଦ୍ରକ ଜିଲ୍ଲାର ଗଢି ଉଠିଥିବା ଧାମରା ବନ୍ଦର,ଫେକର ବେଦାନ୍ତ ପାୱାର ପ୍ଲାଂଟରେ ସେମାନଙ୍କୁ ନିଯୁକ୍ତି ନମିଳିବା ଦୁଃଖଦାୟକ ବୋଲି ଶ୍ରୀ ରାଉତ କ୍ଷୋଭ ପ୍ରକାଶ କରିଛନ୍ତି । ନିର୍ବାଚନ ସମୟରେ ଭଦ୍ରକ ମେଡିକାଲ କଲେଜ, ଟେକ୍ସଟାଇଲ ପାର୍କ, ଭଦ୍ରକ ବିଶ୍ୱବିଦ୍ୟାଳୟ, ପ୍ରତ୍ୟେକ ପଂଚାୟତ ର ଶହେ ଜଣଙ୍କୁ ଚାକିରୀ, ୩ଶହ ୟୁନିଟ ବିଜୁଳି ଫ୍ରି ଦେବେ ବୋଲି ଜିଲ୍ଲାବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇ ଥିବା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କ ପ୍ରତିଶୃତି ପାଳନ କରିନଥିବାରୁ ଆଗାମୀ ଦିନରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦ୍ୱୟ ନେତାଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତ ଧମକ ଦେଇଛନ୍ତି କ୍ଷକ୍ଷ ସେହିପରି ଜିଲ୍ଲାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଚାନ୍ଦବାଲିର ଯୁବନେତା ଦୀପକ ଦାସଙ୍କୁ ବିନା ଏଫଆଇଆର ରେ ରାତି ଅଧିଆ ପୋଲିସ ଉଠେଇ ନେବା ଏବଂ ପରେ ଭାରସାମ୍ୟ ହରାଇ ଦୀପକ ଦାସ ପୋଲିସ ଉପସ୍ଥିତରେ ବିଷପାନ କରି ମୃତ୍ୟୁବରଣ କରିବା ସନ୍ଦେହ ଜନକ ଅଟେ । ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବଳରାମ ରାଉତ ଦାବୀ କରିଛନ୍ତି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଯୁବନେତା ସୂର୍ଯ୍ୟପ୍ରକାଶ ମହାନ୍ତି, ଇଲିଆସ ଅଲ୍ଲୀ ଖାଁ, ଆଲୋକ ସ୍ୱାଇଁ, ସାଦ୍ଧ ସିଦ୍ଧିକ, ସମ୍ବିତ ସାହୁ,ପ୍ରଭାତ ମହାନ୍ତି, ଚାନ୍ଦବାଲି ବ୍ଲକ ସଭାପତି ସୁଭାଶିଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.