Home ଜିଲ୍ଲା ପରିକ୍ରମା ନାରାୟଣ ସ୍କୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦ ପକ୍ଷରୁ ଉତ୍କଳ ମଣି ଗୋପବନ୍ଧୁଙ୍କ ଜୀବନି...

ନାରାୟଣ ସ୍କୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦ ପକ୍ଷରୁ ଉତ୍କଳ ମଣି ଗୋପବନ୍ଧୁଙ୍କ ଜୀବନି ଉପରେ ଆଲୋଚନା ଚକ୍ର

3

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶାର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନାରାୟଣ ସ୍ମୃତି ଗବେଷଣା ପରିଷଦ ପକ୍ଷରୁ ମତୋ ଡିଗ୍ରୀ କଲେଜ ଓ ନରେନ୍ଦ୍ରପୁର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ନୋଡାଲ ବିଦ୍ୟାପୀଠର ୩ ଶହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ ବିଭୂତି ଭୂଷଣ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଉତ୍କଳମଣିଙ୍କ ଆଜୀବନ ସାଧନା ଓ କର୍ମମୟ ଜୀବନ ଶିକ୍ଷା,ସାହିତ୍ୟ,ରାଜନୀତି ଓ ସାମାଜିକତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଛି । ଏହି ଅବସରରେ ୧୯୦୯ ମସିହାରୁ ଆରମ୍ଭ ବନବିଦ୍ୟାଳୟ,ପ୍ରତିଭା,ଧର୍ମପଦ ଓ କାରାକବିତା ପ୍ରଭୃତି କବିତା ପୁସ୍ତକ,ସମ୍ବାଦ ପତ୍ର ଦୈନିକ ସମାଜ ଓ ଭାରତର ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ଭୂମିକା ସମ୍ପର୍କରେ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବେ ସ୍ତମ୍ବ କାର ଅଭୟ ଦ୍ୱିବେଦୀ ଓ ମୁଖ୍ୟ ବକ୍ତା ପରିଷଦର ସଭାପତି ବିଭୂତିଭୂଷଣ ସେନାପତି,ସମ୍ମାନିତ ଅତିଥି ଗୋପବନ୍ଧୁ ନୋଡାଲ ବିଦ୍ୟାପୀଠ ଶ୍ରୀକାନ୍ତ ମଲ୍ଲିକ ,ଡିଗ୍ରୀ କଲେଜ ଉପଦେଷ୍ଟା ସୁବାଷଚନ୍ଦ୍ର ମଲ୍ଲ , ଶିକ୍ଷା ବିଭାଗ ଅଧ୍ୟାପି କା ନିରୁପମା ସୂତାର , ପ୍ରାକ୍ତନ ଅଧ୍ୟକ୍ଷ ଗୋପାଳପ୍ରସଦ ମହାପାତ୍ର ,ଅଧ୍ୟାପକ ଶଶିଭୂଷଣ ମଲ୍ଲିକ ,ଶିକ୍ଷାବିତ୍ ଶୀତଳ କୁମାର ବେହେରା,ସମ୍ପାଦିକା ସଂଯୁକ୍ତାଭାରତୀ ,ଶିକ୍ଷାବିତ୍ ସୁରୁଚି ପ୍ରଭା ଦାସ ଓ ନିତ୍ୟାନନ୍ଦ ମଲ୍ଲିକ ପ୍ରମୁଖ ଗୋପବନ୍ଧୁଙ୍କ ଜୀବନ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠିତ ବୌଦ୍ଧିକ ପରୀକ୍ଷାରେ ଉତୀର୍ଣ୍ଣ ଡିଗ୍ରୀ କଲେଜ ପ୍ରଥମବର୍ଷ କଳା ସମ୍ମାନ ସ୍ମୃତିରେଖା କର,ତୃତୀୟବର୍ଷ ଦୀପକ ନାଥ ,କବିତା ନାୟକ ପ୍ରଥମବର୍ଷ ,ଗୋପବନ୍ଧୁ ନୋଡାଲ ବିଦ୍ୟାପୀଠ ଅଷ୍ଟମ ଶ୍ରେଣୀ ଅମ୍ବିକା ସାମଲ,ହର୍ଷିତ। ପତି,ନବମ ଶ୍ରେଣୀ ଆଦିତ୍ୟ ବେହେରା ଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରାଗଲା । ଏତତ୍ ବ୍ୟତୀତ ତେର ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଗଲା ।ଅଧ୍ୟାପକ ଶଶି ଭୂଷଣ ମଲିକ୍ ଙ୍କୁ ପରିଷଦ ତରଫରୁ ସମ୍ବର୍ଦ୍ଧନା ଦିଆଗଲା । ଛାତ୍ର ଛାତ୍ରୀଙ୍କ ବନ୍ଦେଉତ୍କଳ ଜନନୀ ସଙ୍ଗୀତ ଓ ମନୋ ମୁଗ୍ଧକର ନୃତ୍ୟ ସମସ୍ତଙ୍କ ପାଇଁ ଆକର୍ଷଣୀୟ ଥିଲା ।ଶେଷରେ ଶଶିଭୂଷଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.