Home ଜିଲ୍ଲା ପରିକ୍ରମା ଧାମରା ରେ ହୋଇଥିବା ଡକାୟତି ଘଟଣାର ତଦନ୍ତ ଆରମ୍ଭ, ଡଗ ଟିମ ସହ ଫିଙ୍ଗର ଅନୁସନ୍ଧାନକାରୀ...

ଧାମରା ରେ ହୋଇଥିବା ଡକାୟତି ଘଟଣାର ତଦନ୍ତ ଆରମ୍ଭ, ଡଗ ଟିମ ସହ ଫିଙ୍ଗର ଅନୁସନ୍ଧାନକାରୀ ଦଳର ଖୋଳତାଡ ଆରମ୍ଭ

6

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ କଇଥଖୋଲା ନିକଟସ୍ଥ ଜଗନ୍ନାଥ ପ୍ରସାଦ ଠାରେ ଠାରେ ସେକ ହବିବୁଲା ଙ୍କ ଘରେ ଡକାୟତି ହୋଇଥିଲା । ଏହି ଡକାୟତିରେ ୪ଜଣ ଡକାୟତ ବିଭିନ୍ନ ମାରଣାସ୍ତ୍ର ନେଇ ସେକ ହବିବୁଲାଙ୍କ ଅନୁପସ୍ଥିତରେ ତାଙ୍କ ଘରେ ପ୍ରବେଶ କରିବା ପରେ ପ୍ରଥମେ ହବିବୁଲ୍ଲା ଙ୍କ ପୁଅ ସେକ ୟୁଶୁଫ (୧୫) ର ହାତକୁ ବାନ୍ଧି ଦେବା ସହ ଜଣେ ଡକାୟତ ତାଙ୍କ ବେକରେ ଏକ ଭୁଜାଲି ଲଗାଇ ରଖିଥିଲେ । ଅନ୍ୟ ଜଣେ ଡକାୟତ ହବିବୁଲ୍ଲା ଙ୍କ ସ୍ତ୍ରୀ ଆଖେରୁନ ବିବିଙ୍କ ମୁଣ୍ଡରେ ରିଭଲଭର ଲଗାଇ ଜୀବନରୁ ମାରି ଦେବାକୁ ଧମକ ଦେଖାଇ ଲୁହା ସିନ୍ଦୁକର ଚାବି ନେଇଯାଇଥିଲେ । ୨ଜଣ ଡକାୟତ ମା ,ପୁଅକୁ ଜଗି ରହିଥିବା ବେଳେ ଅନ୍ୟ ୨ଜଣ ଡକାୟତ ଲୁହା ସିନ୍ଦୁକ ଖୋଲି ସେଠାରେ ଥିବା ୨ଲକ୍ଷ ୭୦ହଜାର ଟଙ୍କା ଏବଂ ୧୦୦ଗ୍ରାମରୁ ଅଧିକ ଓଜନର ଅଳଙ୍କାର ନେଇଥିଲେ । ପରେ ଆଖେରୁନ ବିବି ପିନ୍ଧିଥିବା ସମସ୍ତ ଅଳଙ୍କାର ମାନ ଖୋଲି ନେଇଥିଲେ ଏବଂ ୨ଟି ବାଇକରେ ଆସିଥିବା ୪ଜଣ ଡକାୟତ ସେଠାରୁ ଖସି ପଳାଇଯିବାକୁ ସକ୍ଷମ ହୋଇଥିଲେ । ଏହି ଘଟଣା ଘଟିବାର କିଛି ସମୟ ପରେ ସେକ ହବିବୁଲ୍ଲା ଆସି ଘରେ ପହଂଚିବା ସହ ଧାମରା ପୁଲିସ କୁ ଖବର ଦେଇଥିଲେ ।

ଧାମରା ପୁଲିସ ବାଂଶଡା ପୁଲିସକୁ ଖବର ଦେଇ ସମସ୍ତ ଯାତାୟତ ରାସ୍ତା ରେ ଜଗି ଥିଲେ ମଧ୍ୟ ଡକାୟତ ମାନଙ୍କର କିଛି ଟେର ପାଇ ନଥିଲେ ।ଆଜି ସକାଳ ସମୟରେ ଭଦ୍ରକରୁ ଡଗ ସ୍କାଡ ଏବଂ ଫିଙ୍ଗରପ୍ରିଂଟ ଏକ୍ସପାର୍ଟ ମାନେ ଆସି ସେକ ହବିବୁଲ୍ଲା ଙ୍କ ଘରେ ପହଂଚିବା ସହ ସମସ୍ତ ଜିନିଷର ଛାନଭିନ କରିଥିଲେ ଏବଂ ଫିଙ୍ଗରପ୍ରିଂଟ ଏକ୍ସପାର୍ଟ ଡାକୟତ ମାନେ ବ୍ୟବହାର କରିଥିବା ସମସ୍ତ ଆସବାବ ପତ୍ର ରୁ ଫିଙ୍ଗରପ୍ରଂଟ ମଧ୍ୟ ନେଇଥିଲେ । ଆସିଥିବା ଡଗ ସ୍କାର୍ଡ ମଧ୍ୟ ଡକାୟତି ହୋଇଥିବା ସ୍ଥାନରୁ କେବଳ ନିକଟସ୍ଥ ରାସ୍ତା ପର୍ଯ୍ୟନ୍ତ ଆସି ପୁନଶ୍ଚ ସେଠାରୁ ଫେରିଯାଇଥିଲା । ଆଜି ସମସ୍ତ ଏକ୍ସପାର୍ଟ ଟିମ ସେକ ହବିବୁଲ୍ଲା ଙ୍କ ଘର ଏବଂ ତାଙ୍କର ଗୋଦାମ ଗୃହ କୁ ଛିନ ଭିନ କରି ଦେଖିବା ସହ ସମସ୍ତ ଜିନିଷର ଫିଙ୍ଗରପ୍ରିଂଟ ଏବଂ ଅନ୍ୟାନ୍ୟ ତଥ୍ୟ ହାସଲ କରିଥିଲେ । ଅନ୍ୟ ପକ୍ଷରେ ଗତକାଲି ରାତିରେ ଡକାୟତ ମାନେ ସେକ ହବିବୁଲ୍ଲାଙ୍କ ସ୍ତ୍ରୀ ଆଖେରୁନ ବିବିକୁ ରିଭଲଭର ଦେଖାଉଥିବା ସମୟରେ ଆଖେରୁନ ବିବି ଡକାୟତଙ୍କ ପାଖରୁ ତାଙ୍କ ରିଭଲଭର ଛଡାଇ ନେଇଥିଲେ । ଏହି ଧସ୍ତାଧସ୍ତି ସମୟରେ ରିଭଲଭରରୁ ଏକ ଅଫୁଟା ଗୁଳି ତଳେ ପଡିଯାଇଥିଲା । ଏହି ଅଫୁଟା ଗୁଳିକୁ ଧାମରା ଥାନାଧିକାରୀ ସେକ ହବିବୁଲ୍ଲାଙ୍କ ଘରୁ ପାଇ ଜବତ କରିଥିଲେ । ଆଜି ଏହି ସାଇଂଟିଫିକ ଟିମରେ ସାଇଟିଂଫିକ ଅଫିସର ସଙ୍ଗିତା ହାଂସଦା, ଫିଙ୍ଗରପ୍ରିଂଟ ଏକ୍ସପାର୍ଟ ସୂର୍ଯ୍ୟକାନ୍ତ ସେଠୀ , ଡଗ ଏକ୍ସପାର୍ଟ ହେମନ୍ତ କୁମାର ନାୟକ, ପ୍ରମୋଦ କୁମାର ନାୟକ, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ,ପ୍ରମୋଦ କୁମାର ମଲିକ ଏବଂ ଧାମରା ଥାନାର ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.