Home ଜିଲ୍ଲା ପରିକ୍ରମା ନାଥସାହି ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ୍ ଉପରେ ବର୍ଷିଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା, ୪୮...

ନାଥସାହି ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ୍ ଉପରେ ବର୍ଷିଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା, ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଭଦ୍ରକରେ ନିଆଁ ଜଳିବ – ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ

82

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଜେପି ମହିଳା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଭଦ୍ରକର ନାଥସାହି ଯୁବତୀ ଆତ୍ମହତ୍ୟା ଘଟଣାରେ କ୍ଷେତ୍ରୀୟ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଜିଲା ପୁଲିସ୍ ପ୍ରଶାସନ ୪୮ ଘଣ୍ଟା ମଧ୍ୟରେ ଗିରଫ ନକଲେ ରାଜ୍ୟ ମହିଳା ମୋର୍ଚ୍ଚା ଭଦ୍ରକରେ ନିଆଁ ଲଗାଇ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ଏଥି ଉପଲକ୍ଷେ ଜିଲା ବିଜେପି କାର୍ଯ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରାଜ୍ୟ ସଂପାଦିକା ଇତିଶ୍ରୀ ଜେନାଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ନାଥସାହିରେ ଘଟିଥିବା ତୃଷ୍ଣା ଅସଦାଚରଣ ଜନିତ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ୭୦ ବର୍ଷିୟା ବୃଦ୍ଧ ସେକ୍ ମୁସ୍କିମ୍ ଓ ତାଙ୍କର ପୁତ୍ରମାନେ ଯେଭଳି ଭାବେ ତାଙ୍କ ପରିବାରକୁ କେଶ୍ ଉଠାଇବା ପାଇଁ ମାନସିକ ନିର୍ଯ୍ୟାତନା ଜନିତ ଧମକ ଦେଉଛନ୍ତି, ତାହା ଘରେ ଥିବା ତୃଷ୍ଣାର ଅବିବାହିତା ଭଉଣୀ ପ୍ରତି ବିପଦ ବୋଲି ସେମାନେ ଅନୁଭବ କରୁଛନ୍ତି । ଏଣୁ ଏହି ଘଟଣାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲା ପୁଲିସ୍ ପ୍ରଶାସନକୁ ୭ ଦିନ ସମୟ ଦିଆଯାଇଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଆଜି ଏହି ଟିମ୍ ନାଥସାହିରେ ପହଞ୍ôଚ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକଙ୍କୁ ଭେଟି ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ସାକ୍ଷାତ୍ କରିଥିଲେ । ଏବଂ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କ ପ୍ରତି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ ସହ ଆବଶ୍ୟକ ପଡିଲେ ଆଇନ୍‌କୁ ହାତକୁ ନେଇ ଭଦ୍ରକରେ ନିଆଁ ଲଗାଇ ଦିଆଯିବା ଭଳି ଚରମ ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.