Home ଅପରାଧ ନସିଂହୋମରେ ମହିଳାଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା

ନସିଂହୋମରେ ମହିଳାଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା

629

ଭଦ୍ରକ୨୮ା୧୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭଦ୍ରକ ସହରାଞ୍ଚଳରେ ଥିବା ଏକ ନସିଂହୋମରେ ଜଣେ ମହିଳା ମୃତ୍ୟୁକୁ ନେଇ ଆଜି ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୁଚନା ମିଳିଛି । ଭଦ୍ରକ ସହରାଞ୍ଚଳ ମୋଟେଳ ଛକରେ ଥିବା ଏକ ଘରୋଇ ନସିଂହୋମରେ ଯାଜପୁର ଜିଲ୍ଲା କୋଥଳା ଗ୍ରାମର ସ୍ୱର୍ଣ୍ଣଲତା ମହାପାତ୍ର ଗତ ପ୍ରାୟ ୧ ବର୍ଷ ହେବ ବାହା ହୋଇଥିଲେ ବି ତାଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିଲା। ଏଥିଲାଗି ସେ ଡାକ୍ତରଙ୍କ ପରାମର୍ଶ ନେଇ ଉକ୍ତ ଘରୋଇ ହସ୍ପିଟାଲରେ ନିଜର ଅସ୍ତ୍ରୋପଚାର ଲାଗି ଆସିଥିଲେ । ସ୍ୱର୍ଣ୍ଣଲତା ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଅସ୍ତ୍ରୋପଚାର ସମୟରେ ମୃତ୍ୟୁବରଣ କରିଥିଲେ। ଏହି ମୃତ୍ୟୁ ଘଟଣାକୁ ନେଇ ସ୍ୱର୍ଣ୍ଣଲତାଙ୍କ ସମ୍ପର୍କୀୟମାନେ ନର୍ସିଂହୋମରେ ପାଟିତୁଣ୍ଡ କରିଥିଲେ। ଆଜି ସକାଳେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣି ଭଦ୍ରକ ଟାଉନ୍ ଥାନାରେ ଏତଲା ଦେଇଥିବା ସୁଚନା ମିଳିଛି । ପୁଲିସ୍ ଲିଖିତ ଅଭିଯୋଗ ପାଇବା ପରେ  ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.