Home ଜିଲ୍ଲା ପରିକ୍ରମା ଆଜି ଚିହ୍ନଟ ହେଲେ ୩୧ କରୋନା ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ୩୧ କରୋନା ଆକ୍ରାନ୍ତ

35

ଭଦ୍ରକ,୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକ ଜିଲ୍ଲାରୁ ଆଉ ୩୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ୮୭୩ ହୋଇଛଇ । ସେହିଭଳି ୨୬ଜଣ ସୁସ୍ଥ ହେବା ପରେ ଜିଲ୍ଲାର ମୋଟ ସୁସ୍ଥଙ୍କ ସଂଖ୍ୟା ୬ହଜାର ୬୧୮ ହୋଇଛି । ଜିଲ୍ଳାରେ ଆଜି ସୁଦ୍ଧା ୧ ଲକ୍ଷ ୩୨ହଜାର ୫୪୭ ନମୁନା ପରୀକ୍ଷା ହୋଇଛି । ଏବେ ସକ୍ରିୟ ଆକ୍ରାନ୍ତ ୨୩୮ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତମାନେ ବାସୁଦେବପୁର ବ୍ଲକର ୩ଜଣ, ଭଦ୍ରକ ବ୍ଲକର ୧୧ଜଣ, ଭଦ୍ରକ ପୌରପାଳିକାର ୪ଜଣ, ଭଣ୍ଡାରିପୋଖରୀ ବ୍ଳକର ଜଣେ, ଚାନ୍ଦବାଲି ବ୍ଲକର ଜଣେ, ଧାମନଗର ବ୍ଳକର ୨ଜଣ, ଧାମନଗର ଏନ୍‌ଏସିର ୪ଜଣ, ତିହିଡି ବ୍ଳକର ୪ଜଣ ଏବଂ ଅନ୍ୟ ଜିଲ୍ଲାର ଜଣେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.