Home ଓଡ଼ିଶା ନବୀନ ଦେଲେ ଏହି ଗୁରୁମନ୍ତ୍ର

ନବୀନ ଦେଲେ ଏହି ଗୁରୁମନ୍ତ୍ର

730

ଭୁବନେଶ୍ଵର,୧୩/୦୯,(ଓଡ଼ିଆ ପୁଅ ପି ନାଏକ): ଅନୁଶାସନ ଓ ଶାଳୀନତାର ପାଠ ପଢ଼ିଲେ ବିଧାୟକ । ବିଧାନସଭାରେ କିପରି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ଷୋଡ଼ଶ ବିଧାନସଭାର ବିଧାୟକ ଓ ବିଧାୟିକାମାନଙ୍କୁ ଆଜିଠୁ ପ୍ରଶିକ୍ଷଣ ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଧାୟକଙ୍କୁ ଏକରକମ ଟ୍ୟୁସନ କରିଛନ୍ତି ନବୀନ । ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ବିଧାୟକଙ୍କୁ ଶାଳୀନତା, ସରଳ ଜୀବନ ଯାପନ ଵିଷୟରେ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ । ଲୋକଙ୍କ ଅଗ୍ରଗତିକୁ ଆଖି ଆଗରେ ରଖି କାର୍ଯ୍ୟ କରିବାକୁ ସେ ବିଧାୟକଙ୍କୁ ଆଦେଶ ଦେଇଥିଲେ ।ଜନତା ହିଁ ରିଅଲ ମାଷ୍ଟର ଅଫ ଦି ଡେମୋକ୍ରାସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ଆଲୋଚନା ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.