Home ଜିଲ୍ଲା ପରିକ୍ରମା ଧାମରା ରେ କୋଇଲା ବୋଝେଇ ପିକ ଅପ ଜବତ, ୩ ଗିରଫ

ଧାମରା ରେ କୋଇଲା ବୋଝେଇ ପିକ ଅପ ଜବତ, ୩ ଗିରଫ

16

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଙ୍କ ଦ୍ୱାରା ଏକ କୋଇଲା ବୋଝେଇ ପିକ ଅପ ଜବତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କଇଥଖୋଲା ବଜାର ଠାରେ ଏକ କୋଇଲା ବୋଝେଇ ହୋଇ ଏକ ପିକ ଅପ ଧାମରା ରେଳପଥରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଉକ୍ତ ଗାଡିକୁ ପିଛା କରି ସେ ଏହାକୁ ଜବତ କରିଥିଲେ । ଏହି ଚୋରା କୋଇଲା ଚାଲାଣରେ ସଂପୃକ୍ତ ଥିବା ବସନ୍ତ ବଳ, ମଳୟ ଦାସ ଏବଂ ସନ୍ତୋଷ ଦାସଙ୍କୁ ଅଟକ ରଖିଥିଲେ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ପିକ ଅପରୁ ୧୦୨ବସ୍ତା କୋଇଲା ଜବତ ହୋଇଥିବା ବେଳେ ଏ ନେଇ ଧାମରା ଥାନାରେ ଏକ କେସ ରୁଜୁ କରାଯାଇଥିବା ଧାମରା ଥାନାଧିକାରୀଙ୍କ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.