Home ଜିଲ୍ଲା ପରିକ୍ରମା ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳ ବନ୍ଦ, ବାଂଶଡା -ଧାମରା ଆଂଚଳିକ ବିକାଶ ମଂଚ ପକ୍ଷରୁ ଗଣ...

ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳ ବନ୍ଦ, ବାଂଶଡା -ଧାମରା ଆଂଚଳିକ ବିକାଶ ମଂଚ ପକ୍ଷରୁ ଗଣ ଧାରଣା, ୮ଘଂଟା ପରେ ରେଳ ଚଳାଚଳ ସ୍ୱାଭାବିକ, ପ୍ରତିଶ୍ରୁତି ରେ ଅଟକିଲା ଗଳାପୋଲ

12

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ବାଂଶଡା ଠାରେ ଏକ ଗଳାପୋଲ ନିର୍ମାଣ କୁ ନେଇ ବାଂଶଡା-ଧାମରା ଆଂଚଳିକ ବିକାଶ ମଂଚ ପକ୍ଷରୁ ଆଜି ଏକ ଗଣାଧାରଣା ଦିଆଯାଇଥିଲା । ଏହି ଗଣଧାରଣା ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଏହି ଗଣଧାରଣାରେ ଶତାଧିକ ଅଂଚଳବାସୀ ସାମିଲ ହୋଇଥିଲେ । ଏହି ଗଣଧାରଣାରେ ସାମିଲ ଥିବା ଅଂଚଳବାସୀ ନିଜର ୫ଟି ଦାବୀ ଯଥା ବାଂଶଡା-ବଳିହାରପୁର ଦେଇ କରଞମାଳ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଏହି ଠାରେ ଏକ ଗଳାପୋଲ /ଅଣ୍ଡର ପାଶିଂ ବ୍ରିଜ ନିର୍ମାଣ କରିବାକୁ ଦାବୀ ହୋଇଥିଲା । ଏଥିସହ ଧାମରା ବନ୍ଦରରେ ଅଂଚଳରରେ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ସ୍ଥାୟୀ କର୍ମନିଯୁକ୍ତିର ଯୋଜନା ପ୍ରସ୍ତୁତି କରିବା, ଆଗରୁ ନିର୍ମାଣ ହୋଇଥିବା ଗଳାପୋଲ ଟିକଟରେ ବହୁ ସମୟରେ ଦୁର୍ଘଟଣା ଘଟୁଥିବାରୁ ସେହି ଠାରେ ଆଲୋକୀକରଣ ବ୍ୟବସ୍ଥା କରିବା ସହ ପୂର୍ବରୁ ନିର୍ମାଣ ହୋଇଥିବା କଲଭର୍ଟ ଅଥ୍ୟନ୍ତ ଛୋଟ ହୋଇଥିବା ବେଳେ ସେହି ଠାରେ ସାମାନ୍ୟ ବର୍ଷାରେ ମାଟି ଧୋଇ ହୋଇ ରାସ୍ତା ପୋତି ହୋଇ ଯାଉଥିବାରୁ ସେଠାରେ ପାଣିର ନିଷ୍କାସନ ନିମନ୍ତେ ବ୍ୟବସ୍ଥା କରିବାକୁ ସର୍ବସାଧାରଣରେ ଦାବୀ ହୋଇଥିଲା । ଉପସ୍ଥାପନା କରିଥିବା ବେଳେ ଏହାର ସୁ ସମାଧାନ ନ ହେଲେ ସେମାନେ ରେଳ ଚଳାଚଳ କରିବାକୁ ଦେବେ ନାହିଁ ବୋଲି ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ।

ଆଜିର ଏହି ଗଣଧାରଣା ଆରମ୍ଭ ହେବାର ଦୀର୍ଘ ୬ଘଂଟା ପରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ,ବାସୁଦେବପୁର ଏସଡିପିଓ ସୌରଭ ଓତା ଏବଂ ବାଂଶଡା-ଧାମରା ଆଂଚଳିକ ବିକାଶ ମଂଚ ପକ୍ଷରୁ ଦିଗମ୍ବର ଦାସ ପ୍ରମୁଖ ଅପେକ୍ଷା କରିଥିବା ବେଳେ ଅପରାହ୍ଣ ରେ ଧାମରା ବନ୍ଦର ପ୍ରଶାସନିକ ଅଧିକାରୀ ପ୍ରମୁଖ ଆସି ବାଂଶଡା ଥାନାରେ ପହଂଚିବା ପରେ ଆଲୋଚନା ଆରମ୍ଭ ହୋଇଥିଲା । ଆଗାମୀ ଦିନରେ ଧାମରା ବନ୍ଦର କର୍ତୁପକ୍ଷ ଅଂଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଠାରେ ସାଧାରଣ ଜନତା ତଥା ବିଦ୍ୟାଳୟକୁ ଯାତାୟତ କରୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ବନ୍ଦର କର୍ତୁପକ୍ଷ ଏଠାରେ ଗଳାପୋଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଧାରଣା ସ୍ଥଳକୁ ଯାଇ ବନ୍ଦର କର୍ତୁପକ୍ଷ ଦେଇଥିବା ପ୍ରତିଶ୍ରୁତିକୁ ଘୋଷଣା କରିବା ସହ ପ୍ରଶାସନ ସବୁ ସମୟରେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରିଥାଏ ବୋଲି କହିଥିଲେ ଏବଂ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କୁ ଆରମ୍ଭ ହୋଇଥିବା ଗଣଧାରଣା ବନ୍ଦ କରିବାକୁ ଅନୁରୋଧ କରିଥିଲେ । ପରେ ଗଣଧାରଣାରେ ଉପସ୍ଥିତ ଥିବା ସମସ୍ତ ଜନତା ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଧାରଣା ସ୍ଥଳରୁ ଉଠିଥିଲେ । ଧାରଣା ପ୍ରତ୍ୟାହୃତ ହେବା ପରେ ଧାମରା-ଭଦ୍ରକ ରେଳପଥରେ ଅପରାହ୍ଣ ୨ଟା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା । ଆଜିର ଏହି ଗଣଧାରଣାରେ ବାଂଶଡା-ଧାମରା ଅ।।ଂଚଳିକ ବିକାଶ ମଂଚ ର ସଭାପତି ଅଜୟ କୁମାର ପଲେଇ, ସଂପାଦକ ଜିତେନ୍ଦ୍ର ନାୟକ, ବାଇଧର ରାଉତ, ନବକିଶୋର ସାହୁ, କାଶିନାଥ ପଲେଇ,ରାଜେନ୍ଦ୍ର ପଲେଇ, ହରିହର ବୀର, ଶ୍ରକୃଷ୍ନ ପଲେଇ, ଆଲୋକ ରାଉତଙ୍କ ସମେତ ବାଂଶଡା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏହି ଗଣଧାରଣାରେ ସାମିଲ ଥିଲେ ।ଶାନ୍ତି ଶୃଙ୍ଖଳା ବ୍ୟାହତ ହେବା ଆଶଙ୍କାରେ ବାଂଶଡା ଥାନାଧିକାରୀ ଦେବରାଜ ଜେନା, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଙ୍କ ସମେତ ୧ପ୍ଲାଟୁନ ପୁଲିସ ମୁତୟନ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.