Home ଜିଲ୍ଲା ପରିକ୍ରମା ଭତ୍ତା ମିଳିବା ନେଇ ଅଭିନବ ଉପାୟରେ ବିଡିଓଙ୍କ ନିକଟରେ ଧାରଣା

ଭତ୍ତା ମିଳିବା ନେଇ ଅଭିନବ ଉପାୟରେ ବିଡିଓଙ୍କ ନିକଟରେ ଧାରଣା

28

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ କୋରକୋରା ଗ୍ରାମପଞ୍ଚାୟତର ୩ଟି ଗ୍ରାମର ଶତାଧିକ ଗରିବ ଶ୍ରେଣୀର ବୃଦ୍ଧ, ବୃଦ୍ଧାମାନଙ୍କ ଭତ୍ତା ପାଇବାର ସ୍ଥାନ ପରିବର୍ତ୍ତନକୁ ନେଇ ଆଜି ପୂର୍ବତନ ସମିତି ସଭ୍ୟ ତଥା ସରପଞ୍ଚଙ୍କ ପ୍ରତିନିଧି ଧବଳେଶ୍ୱର ପଣ୍ଡା ସ୍ଥାନୀୟ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଭାବେ ହାତଯୋଡି ଶୋଇ ଗୁହାରି କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି ୩ଟି ଗ୍ରାମର ଶତାଧିକ ଦରିଦ୍ର ବୃଦ୍ଧ-ବୃଦ୍ଧାମାନେ ଦୀର୍ଘବର୍ଷ ହେବ ଗୋଟିଏ ସ୍ଥାନରେ ଭତ୍ତା ପାଇଆସୁଥିବାବେଳେ ସ୍ଥାନୀୟ ବିଡିଓ ଚଳିତମାସ ଠାରୁ ପଞ୍ଚାୟତ ଅଫିସ୍ ବ୍ୟତୀତ ଅନ୍ୟ କେଉଁଠାରେ ତାହା ବଣ୍ଟନ କରାଯିବନାହିଁ ବୋଲି ରାତିଅଧିଆ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଯାହାଫଳରେ ଉକ୍ତ ୩ଟି ରାଜସ୍ୱ ଗ୍ରାମ ତିହିଡି, ରାଜପୁର, ବରଡାଡିହି ଗ୍ରାମର ଶତାଧିକ ବୟସ୍କ ବ୍ୟକ୍ତିମାନେ ଭତ୍ତା ପାଇଁ ପଂଚାୟତ ଅଫିସ୍‌କୁ ଯିବାକୁ ହେଲେ ୧୦ ରୁ ୧୨ କିଲୋମିଟର ପ୍ରାୟ ୨୫୦ ଟଙ୍କା ଅଟୋଭଡା କରି ଯିବାକୁ ପଡୁଥିବା ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ଏବଂ ଏହାଫଳରେ ପଞ୍ଚାୟତର ଅଧିକାଂଶ ବୟସ୍କ ଲୋକ ୫ ଶହ ଟଙ୍କା ଭତ୍ତା ପାଉଥିବାବେଳେ ସେଥିରୁ ଅଧା ଟଙ୍କା ଯାତାୟତରେ ଖର୍ଚ୍ଚ ହେଉଥିବାରୁ ତଥା ରାସ୍ତା ଭଲନଥିବା ନେଇ ଆଜି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏବଂ ଉକ୍ତ ସମସ୍ୟାର ସମାଧାନ ସହ ବହୁ ବ୍ୟକ୍ତି ଚଳିତମାସ ଭତ୍ତା ପାଇନଥିବାରୁ ତାହା ମିଳିବା ନେଇ ନିବେଦନ କରିଥିଲେ । ଏବଂ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଶ୍ରୀ ପଣ୍ଡା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଭାବେ ହାତଯୋଡି ସାଷ୍ଟାଙ୍ଗ ଦଣ୍ଡବତ ମୁଦ୍ରାରେ ନିଜର ଦାବି ଜାହିର କରିଥିଲେ । ପରବର୍ତ୍ତୀ ସମୟରେ ବିଡିଓ ସେମାନଙ୍କ ସହ ଆଲୋଚନା କରି ଅଭିଯୋଗ ପାଇବା ପରେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ଭତ୍ତା ବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାକାରୀ ଧାରଣାରୁ ଓହରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.