Home ଜିଲ୍ଲା ପରିକ୍ରମା ଧାମରାରେ ତଟ ସୁରକ୍ଷା, ମିଳିତ ସମରାଭ୍ୟାସ ସାଗର କବଚ ୦୨/୨୦୨୩

ଧାମରାରେ ତଟ ସୁରକ୍ଷା, ମିଳିତ ସମରାଭ୍ୟାସ ସାଗର କବଚ ୦୨/୨୦୨୩

13

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ରେ ଆରମ୍ଭ ହୋଇଛି ତଟ ସୁରକ୍ଷା ସମରାଭ୍ୟାସ ସାଗର କବଚ୨୦୨୩ । ଦେଶରେ ଥିବା ସମସ୍ତ ତଟ ଅଂଚଳର ସୁରକ୍ଷା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି । ଏହି ସୁରକ୍ଷାଭ୍ୟାସ ୨ ଦିନ ଧରି ଚାଲିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ସ୍ତିରୀକୃତ ହୋଇଛି । ଏହି ସୁରକ୍ଷାଭ୍ୟାସରେ ଭାରତୀୟ କୋଷ୍ଟ ଗାର୍ଡ,ଭାରତୀୟ ନେଭି ଏବଂ ରାଜ୍ୟ ପୁଲିସର ମିଳିତ ସହଯୋଗରେ ଏହା ଆରମ୍ଭକରାଯାଇଛି । ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ହମାଲରେ ବହୁ ଧନ ଜୀବନ ହାନି ହୋଇଥିବା ବେଳେ ଏହି ଆତଙ୍କବାଦୀ ମାନେ ଜଳପଥରେ ଆସି ଏହି ହାମଲା କରିଥିଲେ । ୨୦୦୯ ମସିହାରୁ ଭାରତ ସରକାର ଏବଂ ସମସ୍ତ ରାଜ୍ୟର ମିଳିତ ସହଯୋଗରେ ଏହି ସମରାଭ୍ୟାସ ଆରମ୍ଭ କରାଯାଇଛି । ଏହି ସମରାଭ୍ୟାସ ବର୍ଷରେ ୨ଥର ହୋଇଥିବା ବେଳେ ରାଜ୍ୟ ସରକାର ଙ୍କ ଗୃହ ବିଭାଗ ଦ୍ୱାରା ଏହା ନିୟନ୍ତ୍ରିତ କରାଯାଇଥାଏ ଏଥିସହ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଭାରତୀୟ ନେଭି ମଧ୍ୟ ଏହାକୁ ପରିଚାଳନାରେ ସହଯୋଗ କରି ଆସୁଛନ୍ତି । ଏହି ସମରାଭ୍ୟାସ ୨ଟି ଟିମ ଦ୍ୱାରାକରାଯାଇଥାଏ । ଗୋଟିଏ ରେଡ ଟିମ (ଆକ୍ରମଣକାରୀ) ଏବଂ ଅନ୍ୟଟି ବ୍ଲୁ ଟିମ(ସୁରକ୍ଷାକାରୀ) ।

ଆକ୍ରମଣକାରୀ ଟିମ ଏହି ସମରାଭ୍ୟାସରେ କେତେବେଳେ ଜଳପଥ/ସ୍ଥଳପଥରେ ଆସିବା ସହ ବିଭିନ୍ନ ଜନବସତି ପୂର୍ଣ ସ୍ଥାନ /ଜଳପଥରେ ବିଭିନ୍ନ ବୋଟରେ ସହାୟତା ମାଗିବା ଆଳରେ ଆସିଥାନ୍ତି । ସୁରକ୍ଷାକାରୀ ଦଳ ଏହି ଆକ୍ରମଣ କାରୀ ଦଳକୁ ଚିହ୍ନଟ କରି ସାଧାରଣ ଜନତା ଏବଂ ଜଳପଥରେ ଆସୁଥିବା ବିଭିନ୍ନ ବୋଟ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ନିଜର କୌଶଳ ବ୍ୟବହାର କରି ଆକ୍ରମଣ କାରୀଙ୍କୁ ଧରିବାରେ ସକ୍ଷମ ହେଲେ ମିଳିତ ସମରାଭ୍ୟାସ ସାଗର କବଚ ଶେଷ ହେଲା ବୋଲି ଘୋଷଣା କରାଯାଇଥାଏ । ଏହି ସମୟରେ ସୁରକ୍ଷାକାରୀ ଦଳ ଜଳପଥରେ ଆସୁଥିବା ସମସ୍ତ ବୋଟ ଗୁଡିକ ଉପରେ ନଜର ଦେବା ସହ ସେଥିରେ ଥିବା କର୍ମଚାରୀଙ୍କ ଉପରେ ସନ୍ଦିଗ୍ଧ ଦୃଷ୍ଟି ଦେଇଥାନ୍ତି । କୌଣସି କାରଣରୁ ସନ୍ଦେହ ସୃଷ୍ଟି ହେଲେ ସେମାନଙ୍କ ର ସମସ୍ତ କର୍ମଚାରୀଙ୍କୁ ଚେକିଂ କରିଥାନ୍ତି । ଆଜି ଆରମ୍ଭ ହୋଇଥିବା ତଟ ସୁରକ୍ଷା ସାଗର କବଚ୦୨/୨୦୨୩ରେ ଧାମରା ମେରାଇନ ପୁଲିସ ଧାମରା ମତ୍ସ୍ୟଧରା ପୋତାଶ୍ରୟ ଉପରେ ନଜର ଦେଉଥିବା ବେଳେ,ଧାମରା ଥାନା ଧାମରା ବନ୍ଦର(ଆଦାନୀ) ,କାଳିନାଳୀ ଜେଟୀ,ଚନ୍ଦନୀପାଳ ଜେଟୀ ,କସିଆ ମେରାଇନ ପୁଲିସ କସିଆ ମାଛଧରା ଜେଟୀ,ଚୁଡାମଣି ପୁଲିସ ଥାନା ଚୁଡାମଣୀ ଜେଟୀ,ଚୁଡାମଣୀ ଘାଟ ଉପରେ ତୀକ୍ଷଣ ନଜର ରଖିଛନ୍ତି । ଏଥିସହ ଏହି ସମରାଭ୍ୟାସରେ ୭ଜଣ ଏ ଏସ ଆଇ, ୧୪ଜଣ ସାଗର ମିତ୍ର,୪ସେକ୍ସନ େ‘ାର୍ସ ନିୟୋଜିତ ହୋଇଛନ୍ତି । ଏହି ସମରାଭ୍ୟାସରେ ନୋଡାଲ ଅ‘ିସର ଭାବେ ଡିଆଇବି ଡିଏସପି କମଳ ଲୋଚନ ଭୂୟାଁ ଏହାର ସୁ ପରିଚାଳନା କରୁଥିବା ବେଳେ ଏହି ସମରାଭ୍ୟାସ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.