Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ମନମାନୀରେ ଶିକାର ୪ ରାଜସ୍ୱ ଗ୍ରାମର ବାସିନ୍ଦା, ରେଳ ଫାଟକ ପାଖରେ ଧାରଣା

ଧାମରା ବନ୍ଦର ମନମାନୀରେ ଶିକାର ୪ ରାଜସ୍ୱ ଗ୍ରାମର ବାସିନ୍ଦା, ରେଳ ଫାଟକ ପାଖରେ ଧାରଣା

53

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର(ଆଦାନୀ) ମନମାନୀରେ ଶିକାର ହୋଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ୪ ରାଜସ୍ୱ ଗ୍ରାମର ବାସିନ୍ଦା। ଆଜି ଏହାକୁ ବିରୋଧ କରି ବହୁ ସ୍ଥାନୀୟ ଲୋକେ ଧାରଣା ଦେଇଥିବା ଜଣାଯାଇଛି। ଖବରରୁ ପ୍ରକାଶ ଦୋସିଙ୍ଗା ପଂଚାୟତରେ ଥିବା ଚିଆଣୀପାହି, ଓରାମାଳ ନରସିଂହପ୍ରସାଦ ଏବଂ ସମିପାଟିଆ ଗ୍ରାମର ଲୋକେ ବ୍ୟବହାର କରୁଥିବା ରାସ୍ତାଟି ସଂପୂର୍ଣ ବ୍ୟବହାର ଅନୁପୋଯୋଗୀ ହୋଇପଡିବା ପରେ ମଧ୍ୟ ଧାମରା ବନ୍ଦର ପ୍ରଶାସନ କେବଳ ନୀରବଦ୍ରଷ୍ଟା ସାଜି ବସିଛି। ଏହା ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ୩ହଜାରରୁ ଉର୍ଦ୍ଧ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଏହି ଗ୍ରାମରୁ ବିଦ୍ୟାଳୟ ଏବଂ ଅଙ୍ଗନବାଡିକୁ ଶିକ୍ଷାଗ୍ରହଣ କରିବାକୁ ଯାଉଥିବା କୋମଳମତି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଯିବା ବନ୍ଦ କରି ଦେଲେଣି। ଏହି ରାସ୍ତା ଧାମରା ବନ୍ଦର (ଆଦାନୀ) ଅଧିନରେ ଥିବା ସତ୍ୱେ କାହିଁକି ବନ୍ଦର କର୍ତୁପକ୍ଷ ମରାମତି କରୁନାହାନ୍ତି ବୋଲି ଅଂଚଳବାସୀ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏହି ରାସ୍ତା ନିର୍ମାଣକୁ ନେଇ ବହୁବାର ସ୍ଥାନୀୟ ଅଧିବାସୀ ଧାମରା ବନ୍ଦର କର୍ତୁପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ।

ଗତ ମାସରେ ସଂପୃକ୍ତ ଜନସାଧାରଣ ଙ୍କ ଅଭିଯୋଗକୁ ଭିତିକରି କରି ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜେ ଆସି ବୁଲି ଦେଖିବା ସହ ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟ ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତିକୁ ଦୀର୍ଘ ୧ମାସ ବିତିଯାଇଥିଲେ ମଧ୍ୟ ବନ୍ଦର ପ୍ରଶାସନର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଥିବାରୁ ଆଜି ପୁନଶ୍ଚ ଏହି ୪ ଗ୍ରାମର ଲୋକେ ଆସି ଧାମରା ବନ୍ଦର ରେଳ ଫାଟକ ପାଖରେ ଧାରଣା ଦେଇଥିଲେ, ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ଥିବା ବେଳେ ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ନିର୍ମାଣ କରା ନଗଲେ ସଂପୃକ୍ତ ୪ରାଜସ୍ୱ ଗ୍ରାମର ଅଧିବାସୀ ଆସି ପୁନଶ୍ଚ ଧାମରା ରେଳଚଳାଚଳକୁ ବନ୍ଦ କରିବା ସହ ଧାମରା ବନ୍ଦର ୧ନଂ ଗେଟ ଆଗରେ ଧାରଣା ଦେବେ ବୋଲି ମତ ପ୍ରକାଶ ପାଇଛି।ଆଜିର ଏହି ଧାରଣାରେ ଶିବୁ ଶଙ୍କର ମହାନ୍ତି, ଗୁରୁପଦ ମାନ୍ନା, ଗୌତମ କୁମାର ଦାସ, ଶୁକଦେବ ଦାସ, ଶକ୍ତି ମାନ୍ନା, ହାରାଧନ ଦାସ, ଅକ୍ଷୟ କୁମାର ନାଥ, ବିକାଶ ମାନ୍ନାଙ୍କ ସମେତ ବହୁ ଗ୍ରାମବାସୀ ଧାରଣା ଦେଇଥିବା ବେଳେ ବନ୍ଦର କର୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ପାରି ନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.