Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀବନ୍ଧ ପାର୍ଶ୍ୱରେ ସୁଉଚ୍ଚ ଗୁଳ୍ମବଣ, ବଢୁଛି ଦୁର୍ଘଟଣା

ବୈତରଣୀ ନଦୀବନ୍ଧ ପାର୍ଶ୍ୱରେ ସୁଉଚ୍ଚ ଗୁଳ୍ମବଣ, ବଢୁଛି ଦୁର୍ଘଟଣା

57

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ବାମପାର୍ଶ୍ୱ ବନ୍ଧର ବିରିଡି ଠାରୁ ଆଖୁଆପଦା ପର୍ଯ୍ୟନ୍ତ ନଦୀବନ୍ଧର ଉଭୟ ପାଶ୍ୱର୍ରେ ସୁଉଚ୍ଚ ଗୁଳ୍ମବଣ ଯାତାୟତକାରୀଙ୍କ ପାଇଁ ବିପଦର କାରଣ ଭାବେ ଉଭା ହୋଇଛି। ସଙ୍କିର୍ଣ୍ଣ ପିଚୁ ରାସ୍ତାର ଉଭୟ ପାଶ୍ୱର୍ରେ ଗୁଳ୍ମପୂର୍ଣ୍ଣ ପାଶ୍ୱର୍ରାସ୍ତା ଅଗମ୍ୟ ହୋଇଛି। କେବଳ ପିଚୁ ରାସ୍ତା ଯାତାୟତ କରୁଥିବା ଯାନବାହନ ପରସ୍ପରକୁ ଅତିକ୍ରମ କରିନପାରି ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତାର ବଙ୍କାଣି ସ୍ଥାନମାନଙ୍କରେ ବପରୀତ ଦିଗରୁ ଆସୁଥିବା ଯାନବାହନ ଗୁଳ୍ମ ଯୋଗୁଁ କେହି କାହାରିକୁ ଦେଖବା ସମ୍ଭବ ହେଉନାହିଁ। ପୁନଶ୍ଚ ସ୍ଥାନେ ସ୍ଥାନେ ପିଚୁ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଲାଣି। ରାତ୍ର ଅନ୍ଧାରରେ ଏହି ରାସ୍ତା ଉପରେ ଯାତାୟତ କରିବାକୁ ଲୋକେ ଭୟ କରିଥିବା ଜଣାଯାଇଛି। ୫ବର୍ଷ ପୂର୍ବେ ପ୍ରାୟ ଅଠର କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଇଥିବା ଏହି କାମର ରକ୍ଷଣାବେକ୍ଷଣ କରାଯାଇ ନାହିଁ। ସ୍ଥାନୀୟ ଅଞ୍ଚଳର ପ୍ରାୟ ୫ଟି ପଞ୍ଚାୟତର ୩୦ହଜାରରୁ ଅଧିକ ଲୋକେ ଯାତାୟତ ପାଇଁ ଏହି ନଦୀବନ୍ଧ ରାସ୍ତା ଉପରେ ନିର୍ଭରଶୀଳ। ଅନ୍ୟପକ୍ଷରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ଏହି ନଦୀବନ୍ଧ ରାସ୍ତାକୁ ବର୍ଷକ ବାରମାସ ଫିଟ ରଖାଯିବା ଆବଶ୍ୟକ ହୋଇପଡିଛି। ବିଭାଗୀୟ କନିଷ୍ଠଯନ୍ତ୍ରୀ ସୁଶାନ୍ତ ଦାସ ଏହି ସମସ୍ୟା ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.