Home ଜିଲ୍ଲା ପରିକ୍ରମା ଧାମରାରେ ଶିଳ୍ପଉଦ୍ୟାନ ବିରୁଦ୍ଧରେ ପ୍ରଜାମେଳି, କୌଣସି ପରିସ୍ଥିତିରେ ଶିଳ୍ପ ଉଦ୍ୟାନ ପାଇଁ ନିଜର ଭିଟାମାଟି ଏବଂ...

ଧାମରାରେ ଶିଳ୍ପଉଦ୍ୟାନ ବିରୁଦ୍ଧରେ ପ୍ରଜାମେଳି, କୌଣସି ପରିସ୍ଥିତିରେ ଶିଳ୍ପ ଉଦ୍ୟାନ ପାଇଁ ନିଜର ଭିଟାମାଟି ଏବଂ ଚାଷଜମି ସରକାରଙ୍କୁ ହସ୍ତାନ୍ତରିତ କରିବୁ ନାହିଁ ବୋଲି ଚେତାବନୀ

22

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ବଳଭଦ୍ରପ୍ରସାଦ, ଲକ୍ଷ୍ମୀପ୍ରସାଦ, ଜଗନ୍ନାଥ ପ୍ରସାଦରେ ହେବାକୁ ଥିବା ଶିଳ୍ପ ଉଦ୍ୟାନ କରାଇବାକୁ ଦେବୁନାହିଁ ଏବଂ କୌଣସି ପରିସ୍ଥିରେ ନିଜର ଭିଟାମାଟି, ଚାଷଜମି ଏବଂ ବାସଗୃହ ମଧ୍ୟ ସରକାରଙ୍କ ହାତକୁ ଟେକି ଦେବୁନାହିଁ ବୋଲି ବଜ୍ର ଶପଥ ନେଇଛନ୍ତି ଅଂଚଳବାସୀ। ଆଜି ଏହି ଶିଳ୍ପ ଉଦ୍ୟାନ ବିରୁଦ୍ଧରେ ଏକ ଚାଷୀମେଳି କଇଥଖୋଲା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଚାଷୀମେଳି ଆଗାମୀ ଦିନରେ ଏକ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବା ସହ ସରକାରଙ୍କୁ କୌଣସି ସମୟରେ ଏବଂ କୌଣସି ପରିସ୍ଥିତିରେ ସହଯୋଗ କରିବ ନାହିଁ ବୋଲି ଏକତ୍ରିତ ହୋଇଥିବା ଚାଷୀ ମାନେ ବଜ୍ର ଶପଥ ନେଇଥିଲେ। କେଉଁ ପରିସ୍ଥିତିରେ ସରକାର ସାଧାରଣ ଚାଷୀଙ୍କ ସହ ଆଲୋଚନା ନକରି ନିଜର କଡା ଆଭିମୁଖ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କଲେ ତାହା ସମଗ୍ର ଅଂଚଳବାସୀଙ୍କୁ ଅସୁବିଧାରେ ପକାଇଛି।ଆଜି ହୋଇଥିବା ଏହି ଚାଷୀ ମେଳିରେ ଦିନବନ୍ଧୁ ମହାଳିକଙ୍କ ଆବହକତ୍ୱରେ ଗୋବିନ୍ଦ ରାଉଳ, ବିଜୟ ରାଉତ, ଅମୁଲ୍ୟ ବେହେରା, ନକୁଳ ସେଠୀ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହ କିପର ରାଜ୍ୟ ସରକାରଙ୍କ ଶହ ଶହ ଏକର ସରକାରୀ ଜମି ଏହି ଅଂଚଳରେ ଥିବା ସତ୍ୱେ ସରକାର ଇଡକୋକୁ ହାତବାରିସୀ କରି ୫ହଜାରରୁ ଉର୍ଦ୍ଧ ଚାଷୀଙ୍କ ସ୍ଥାବର, ଅସ୍ଥାବର ସମ୍ପତି ହାତେଇ ନେବାକୁ ଚେଷ୍ଟା ଚଳାଇଛନ୍ତି ସେ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଆଗାମୀ ଦିନରେ ଏହି ଚାଷୀମେଳିରେ ସାମିଲ ହୋଇଥିବା ଏବଂ ନିଜର ଭିଟାମାଟି ହରାଉଥିବା ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଦରକାର ପଡିଲେ ପୋସ୍କୋ ଭଳି ନିଜର ଜୀବନ ମଧ୍ୟ ହରାଇବାକୁ ପଛାଇବେ ନାହିଁ ବୋଲି ମତ ପ୍ରକାଶ ପାଇତିଲା। ତୁରନ୍ତ ସରକାର ଜମି ମାଲିକ ମାନଙ୍କୁ ଜମି ଛାଡିବା ପାଇଁ ନୋଟିସ ଦେଇଥିବା ବେଳେ ଯୁଦ୍ଧକାଳୀନ ଭିତିରେ ଏହାକୁ ପ୍ରତ୍ୟାହାର କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ନଚେତ କର ଅବା ମର ପରିସ୍ଥିତି ସୃଷ୍ଟି ହେଲେ ରାଜ୍ୟ ସରକାର ସଂପୂର୍ଣ ଦାୟୀ ରହିବେ ବୋଲି ମଧ୍ୟ ସାଧାରଣ ଚାଷୀ ସରକାରଙ୍କୁ କଡା ଚେତାବନୀ ମଧ୍ୟ ଦେଇଥିଲେ। ଆଜିର ଏହି ଚାଷୀ ମେଳିରେ ଜାଗୁଳା ତଥା କଇଥଖୋଲା ପଂଚାୟତର ଅଶୋକ କୁମାର ଦିନ୍ଦା, ବୃନ୍ଦାବନ ମଣ୍ଡଳ, ପ୍ରଦ୍ୱୀପ କୁମାର ଦାସ, ରବିନ୍ଦ୍ର ମଣ୍ଡଳ, ଦିବାକର ବିଶ୍ୱାଳ, ଆଲୋକ କୁମାର ନାୟକ, ଆନନ୍ଦ ନାୟକ, ମଳୟ ନାୟକ, ରବିନ୍ଦ୍ର ନାଥ ମଣ୍ଡଳ, ରଘୁ କାମିଳାଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେବା ସହ ଆଜି ମଧ୍ୟ ଏକ କୋର କମିଟି ଗଠନ କରାଯାଇ ଆଗାମୀ ଦିନରେ ସରକାରଙ୍କୁ କୌଣସି ପରିସ୍ଥିତିରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.