Home ଜିଲ୍ଲା ପରିକ୍ରମା ମଣିନାଥପୁର ସରକାରୀ ହାଇସ୍କୁଲ +୨ ଶିକ୍ଷା ପାଇଁ ଉନ୍ନିତ ଘୋଷଣା, ଜିଲ୍ଲାକୁ ମିଳିଲା ୨ୟ ସରକାରୀ...

ମଣିନାଥପୁର ସରକାରୀ ହାଇସ୍କୁଲ +୨ ଶିକ୍ଷା ପାଇଁ ଉନ୍ନିତ ଘୋଷଣା, ଜିଲ୍ଲାକୁ ମିଳିଲା ୨ୟ ସରକାରୀ ଉଚ୍ଚତର ମାଧ୍ୟମିକ ସ୍କୁଲ

62

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚ ବିଦ୍ୟାପୀଠକୁ ଏକାଶଦ ଓ ଦ୍ୱାଦଶ ଶିକ୍ଷା ଦାନ ପାଇଁ ଉନ୍ନିତ କରାଯାଇଛି। ଏହାଦ୍ୱାରା ଭଦ୍ରକ ଜିଲ୍ଲାର ୨ୟ ସରକାରୀ ଉଚ୍ଚତର ମାଧ୍ୟମିକ ସ୍କୁଲ ଭାବେ ମଣିନାଥପୁର ହାଇସ୍କୁଲ ବିବେଚିତ ହୋଇଛି। ଗତ ଶନିବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ଆଦେଶ ସଂଖ୍ୟା ୨୧, ୬୮୫ ଅନୁଯାୟୀ ରାଜ୍ୟର ୨୬ ଜିଲ୍ଲାର ୪୩ଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଚଳିତ ଶିକ୍ଷାବର୍ଷ ଠାରୁ କଳାରେ ଏକାଦଶ ଶ୍ରେଣୀ ଶିକ୍ଷାଦାନ ପାଇଁ ଅପଗ୍ରେଡ କରାଯାଇଛି। ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଅଧିନ ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ମଣିନାଥପୁର ନରେନ୍ଦ୍ର କୁମାର ଉଚ୍ଚ ବିଦ୍ୟାପୀଠ ଏକମାତ୍ର ହାଇସ୍କୁଲ ଭାବେସ୍ଥାନିତହୋଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ଏଥିପାଇଁ ୬ ଟି ହାଇସ୍କୁଲକୁ ଅପଗ୍ରେଡ ପାଇଁ ସୁପାରିଶ କରାଯାଇଥିଲା। ମାତ୍ର ମଣିନାଥପୁର ନରେନ୍ଦ୍ର କୁମାର ଉଚ୍ଚ ବିଦ୍ୟାପୀଠ ଏହି ଗୌରବ ହାସଲ କରିଛି। ଭଦ୍ରକ ଜିଲ୍ଲାରେ ୪୬ଟି ଅନୁଦାନପ୍ରାପ୍ତ ଓ ଆବାସିକ ଉଚ୍ଚତର ମାଧ୍ୟମିକ ସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଭଣ୍ଡାରିପୋଖରୀ ବ୍ଲକରେ ନାଆମୀ, ବାରିକପୁର, ଭଣ୍ଡାରିପୋଖରୀ ଓ ନୟନମଣି ଉଚ୍ଚତର ମାଧ୍ୟମିକ ସ୍କୁଲ ରହିଛି।

ଏହି ସ୍କୁଲଗୁଡିକ ବ୍ୟତୀତ ଭଦ୍ରକ ଉଚ୍ଚତର ମାଧ୍ୟମିକ ସ୍କୁଲ ଏକମାତ୍ର ପୁରାତନ ସରକାରୀ ସ୍କୁଲ ଭାବେ +୨ ସ୍ତରର ଶିକ୍ଷାଦାନ କରୁଛି। ଏବେ ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚ ବିଦ୍ୟାପୀଠ୨ୟ ସରକାରୀ +୨ ସ୍କୁଲର ମାନ୍ୟତା ଲାଭ କରିଛି। ଏହି ସ୍କୁଲ ବୈତରଣୀ ନଦୀକୂଳରେ ଅବସ୍ଥିତ। ଉନ୍ନତ ଭିତ୍ତିଭୂମି, ବିସ୍ତୀର୍ଣ୍ଣ ଖେଳପଡିଆ, ସ୍କୁଲ ପରିସର ମଧ୍ୟରେ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ, ବିଭିନ୍ନ ପ୍ରଜାତିର ଗଛପୂର୍ଣ୍ଣ ମନୋଜ୍ଞ ପରିବେଶ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଶିକ୍ଷାଦାନ ପାଇଁ ଉପଯୁକ୍ତ ହୋଇପାରିବ। ତେବେ ଚଳିତ ବର୍ଷ +୨ ସ୍ତରରେ ଛାତ୍ରଛାତ୍ରୀ ନାମଲେଖାଇ ସାରିଥିବାରୁ ଏହି ନୂତନ ସ୍କୁଲରେ ଶିକ୍ଷାଦାନ ହେବା ସମ୍ପର୍କରେ ସ୍ଥିତି ଅସ୍ପଷ୍ଟ ରହିଛି। ଚଳିତ ସପ୍ତାହରେ ଏଥିନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ ସୂଚନା ଦେଇଛନ୍ତି। ତେବେ ଏଭଳି ସୁଯୋଗ ପ୍ରାପ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଓ ସ୍କୁଲର ପୁରାତନ ଛାତ୍ରସଂଘ ପକ୍ଷରୁ ଖୁସିବ୍ୟକ୍ତ କରାଯାଇଛି। ଅପଗ୍ରେଡ ସ୍କୁଲରେ ନିଯୁକ୍ତି ହେବାକୁ ଥିବା ପ୍ରଶିକ୍ଷିତ ସ୍ନାତକୋତ୍ତର ଶିକ୍ଷକଙ୍କ ପାଇଁ ଆବାସଗୃହ ସହ ଛାତ୍ରବାସ ନିର୍ମାଣ, ଉଚ୍ଚବିଦ୍ୟାପୀଠ ପାଇଁ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସହ କାର୍ଯ୍ୟାଳୟ ସହାୟକ ନିଯୁକ୍ତି ଦେବାକୁ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ ଗଣଶିକ୍ଷାବିଭାଗକୁ ନିବଦେନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.