Home ଜିଲ୍ଲା ପରିକ୍ରମା ଧାମରାରେ ଭାଗବତ ପାରାୟଣ ଓ କଥାଯଜ୍ଞ

ଧାମରାରେ ଭାଗବତ ପାରାୟଣ ଓ କଥାଯଜ୍ଞ

12

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଧାମରାଇ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାରାୟଣ ଓ କଥାଯଜ୍ଞ ଆରମ୍ଭ ହୋଇଯାଇଛି । ଦୀର୍ଘ ୧୬ବର୍ଷରେ ପଦାର୍ପଣ କରିଥିବା ଏହି କାର୍ଯ୍ୟକ୍ରମ ଆରମ୍ଭରେ ୧୦୮ ନରନାରୀ ମନ୍ଦିର ନିକଟରେ ଥିବା ନଦୀଘାଟରୁ କଳସ ଶୋଭାଯାତ୍ରାରେ ବାହାରି ଧାମରା, ଜାଗୁଳା ପଂଚାୟତ ପରିକ୍ରମା କରିବା ପରେ ପୁନଶ୍ଚ ଆସି ମନ୍ଦିର ନିକଟରେ ପହଂଚି କଳସ ସ୍ଥାପନା କରିବା ପରେ ଶୁଭାଧିବାସ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ସକାଳ ଏବଂ ସନ୍ଧ୍ୟାରେ ଭାଗବତ ପାରାୟଣ ହେବା ସହ ସନ୍ଧ୍ୟା ସମୟରେ ପୁରୀ ଧାମରେ ଥିବା ଝାଞିପିଟା ମଠରୁ ଆସିଥିବା ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ତିରୀକୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.