Home ଜିଲ୍ଲା ପରିକ୍ରମା ଧାମନଗର ସ୍ପୋଟିଂ କ୍ଲବର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ପାଇନାଲରେ କେସିଏ

ଧାମନଗର ସ୍ପୋଟିଂ କ୍ଲବର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ପାଇନାଲରେ କେସିଏ

13

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ ଠାରେ ଚାଲିଥିବା ଧାମନଗର ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲରେ କ୍ରାନ୍ତି କଲଚୁରାଲ ଆସୋସିଏସନ୍ ଧାମନଗର ଓ ଏମ୍‌ଟିସିସି ସାରଙ୍ଗପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ରାନ୍ତି ପ୍ରଥମେ ଟର୍ସଜିଣି ବ୍ୟାଟିଂକରି ନିଦ୍ଧାରିତ ୨୦ଓଭରରେ ୨୦୨ରନ ସଂଗ୍ରହ କରିଥିଲା । ଜବାବରେ ଏମ୍‌ଟିସିସି ୨୦ଓଭରରେ ସମସ୍ତ ଇଉକେଟ ହରାଇ ୧୫୬ରନ୍ କରି ପରାଜୟ ବରଣ କରିଥିଲା । ଏହି ଖେଳକୁ ଆନୁଷ୍ଠାନିକ ଭାବେ ସମାଜସେବୀ କୈଳାଶଚନ୍ଦ୍ର ମହାପାତ୍ର, ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଯୋଗଦେଇ ଖେଳକୁ ଉଦ୍‌ଘାଟନ କରିଥିଲେ । ଏହି ଖେଳକୁ ଚନ୍ଦନ ସାହୁ ଓ ବିବେକ ଜେନା ଖେଳ ପରିଚାଲନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.