Home ଜିଲ୍ଲା ପରିକ୍ରମା ଧାମନଗର ପଂଚାୟତ ସମିତିର ଭର୍ଚୁଆଲରେ ଦ୍ୱାଦଶ ଅଧିବେଶନକୁ ବିଜେପି ସମର୍ଥିତ ପିଆରଆଇ ସଭ୍ୟ ଓ ଜିଲ୍ଲାପରିଷଦ...

ଧାମନଗର ପଂଚାୟତ ସମିତିର ଭର୍ଚୁଆଲରେ ଦ୍ୱାଦଶ ଅଧିବେଶନକୁ ବିଜେପି ସମର୍ଥିତ ପିଆରଆଇ ସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟଙ୍କ ବ୍ଲକ ସମ୍ମୁଖରେ ଧାରଣା

17

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ପଂଚାୟତ ସମିତିର ଶେଷ ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିବାବେଳେ ଏହି ବୈଠକକୁ ବିଜେପି ସମର୍ଥିତ ପିଆରଆଇ ସଭ୍ୟ ଓ ଜିଲ୍ଳାପରିଷଦ ସଭ୍ୟମାମାନେ ବିରୋଧ କରିବା ସହିତ ଏହି ବୈଠକ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ମତଦେଇଥିଲେ । ପ୍ରକାଶ ଥାଉକି ଧାମନଗର ବ୍ଲକର ଏଥର ପଂଚାୟତ ସମିତିର ୫ବର୍ଷ ମଧ୍ୟରେ ଏହା ଶେଷ ବୈଠକ ଥିଲା । ତେବେ ଏହି ବୈଠକ ଟିକୁ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ କରାନଯାଇ ଭର୍ଚୁଆଲ ମାଧ୍ୟମରେ ବୈଠକ କରାଯାଇଥିଲା । ଏହି ବୈଠକକୁ ଜିଲ୍ଲାପରିଷଦ ସଭ୍ୟା ରଂଜିତା ସ୍ୱାଇଁ, ଉମାମଣୀ ସାହୁ ଓ ସୁରଥ ସେଠୀଙ୍କ ସମେତ ସରପଂଚ ଓ ସମିତିସଭ୍ୟ ପ୍ରଫୁଲ ପାତ୍ର, ରାଜୀବଲୋଚନ ନାୟକ, ବିରେନ୍ଦ୍ର ବାରିକ, ରାଜେନ୍ଦ୍ର ସାହୁ, ଗୟାଧର ନାୟକ, ସରସ୍ୱତୀ ବେହେରା, ମୀନାକ୍ଷି ସତପଥି, ପ୍ରମୋଦ ସୁତାର, ଯୁଧିଷ୍ଟିର ମଲ୍ଲିକ ପ୍ରମୁଖ ବିରୋଧକରି ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହାକୁ ଭର୍ଚୁଆଲ ମାଧ୍ୟମରେ କରାନଯାଇ ସଭ୍ୟମାନଙ୍କ ଉପସ୍ଥିତିରେ ବୈଠକ କରିବାପାଇଁ ସେମାନେ ଦାବି କରିଥିଲେ ।

ତେବେ ଏହି ଧାରଣା ସ୍ଥଳରେ ପରିସ୍ଥିତି ଉତ୍ତେଜନାକୁ ଆଖିଆଗରେ ରଖି ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଥାନାଅଧିକାରୀ ଶ୍ରୀବଲ୍ଲଭ ସାହୁ, ଏସ୍‌ଆଇ ମୋନାଲିସା ପ୍ରଧାନ, ଏଏସ୍‌ଆଇ ହୃଷିକେଶ ବିଶ୍ୱାଳ ସମେତ ଉପସ୍ଥିତ ରହିଥିଲେ । ଦିନ ୧୦.୩୦ମିନିଟ୍ ଠାରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ଏହି ଧାରଣାରେ ବସିଥିବାବେଳେ ୨ଦିନ ଛୁଟି ପଡ଼ୁଥିବାରୁ ସୋମବାର ଦିନ ଏହାକୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ସେମାନେ ଚେତାବନି ଦେଇଥିଲେ । ଅପରପକ୍ଷେ ଏହି ପଂଚାୟତ ସମିତି ବୈଠକ ପାଇଁ ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ ଓମିକ୍ରୋନ ମହାମାରୀ ରୋଗପାଇଁ ଉକ୍ତ ବୈଠକକୁ ଭର୍ଚୁଆଲ ମାଧ୍ୟମରେ କରିବା ପାଇଁ କହିଥିବାରୁ ଏହି ବୈଠକ ସମସ୍ତଙ୍କ ମଙ୍ଗଳପାଇଁ ଭର୍ଚୁଆଲ ମାଧ୍ୟମରେ ବୈଠକ କରାଗଲା ବୋଲି ବିଡ଼ିଓ ଶ୍ରୀ ମୁର୍ମୁ ଆମପ୍ରତିନିଧିଙ୍କୁ କହିଥିଲେ । ତେବେ ଅପରପକ୍ଷେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଅଧ୍ୟକ୍ଷ ଓ ବିଡ଼ିଓ ମିଶି ଜାଲିଆତି କରି ଆମ୍ଭମାନଙ୍କୁ ଅନ୍ଧାରରେ ରଖି ଅନେକ ଦୁର୍ନୀତି କରିଛନ୍ତି । ଯଦି ସିଧାସଳଖ ଭାବରେ ପଂଚାୟତ ସମିତି ବୈଠକ ହୁଏ ସେମାନଙ୍କ ଦୁର୍ନିୀତି ଲୋକଲୋଚନକୁ ଆସିଯିବା ଭୟରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଜିଲ୍ଲାପରିଷଦ ସଭ୍ୟା ରଂଜିତା ସ୍ୱାଇଁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.