Home ଜିଲ୍ଲା ପରିକ୍ରମା ମା’ ତାରିଣୀ ଦିବାରାତ୍ର କ୍ରିକେଟ କପ୍ ଉଦଯାପିତ

ମା’ ତାରିଣୀ ଦିବାରାତ୍ର କ୍ରିକେଟ କପ୍ ଉଦଯାପିତ

29

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ପଞ୍ଚାୟତ ନେନ୍ତିପୁର ଖେଳପଡିଆରେ ଅନୁଷ୍ଠିତ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଦିବସରେ କୁଲଣା ଓ ଚନ୍ଦ୍ରଭାନୁପୁର ଦଳ ମଧ୍ୟରେ ମୁକାବିଲା ହୋଇଥିଲା । କୁଲଣା ଦଳ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା । ଚନ୍ଦ୍ରଭାନୁପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୩୫ ରନ ସ୍କୋର କରିଥିଲା । ଜବାବରେ କୁଲଣା ଦଳ ୫.୪ ଓଭରରେ ୩୬ ରନ କରି ଚାମ୍ପିଅନ ହୋଇଥିଲା । ଉଦଯାପନୀ ଦିବସରେ ସମାଜସେବୀ ରନ୍ମାକର ଦାସ, ମଧୁସ୍ମିତା ଦିଅ, ସାମ୍ବାଦିକ ମନୋରଞ୍ଜନ ସେଠୀ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନରସପ ଦଳକୁ ପୁରସ୍କୃତ କରିଥିଲେ । ସତ୍ୟବ୍ରତ ସାହୁ, ଦୁଶ୍ମନ୍ତ ସାହୁ, ସଞ୍ଜୟ ବେହେରା, ରାଜେନ୍ଦ୍ର ଜେନା, ଶୁଭେନ୍ଦୁ ଜେନା, ମୃତ୍ୟୁଞ୍ଜୟ ଦାସ, ଜିତେନ୍ଦ୍ର ଜେନା, କପିଳ ପ୍ରଧାନ, ପ୍ରଭାସ ଜେନା, ଜଗନ୍ନାଥ ସାହୁ, ସାଗର ନାୟକ, ପ୍ରବୀଣ ଜେନା, ସଞ୍ଜୟ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.