Home ଜିଲ୍ଲା ପରିକ୍ରମା କରତ କଳ ଉପରେ ଚଢଉ:ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ ଓ କାଠ ଜବତ

କରତ କଳ ଉପରେ ଚଢଉ:ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ ଓ କାଠ ଜବତ

115

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଖାନକା ନିକଟରେ ଥିବା ଏକ କରତ କଳ ଉପରେ ଆଜି ଭିଜିଲାନ୍ସ ଓ ବନ ବିଭାଗର ପକ୍ଷରୁ ଚଢଉ କରାଯାଇ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ ଓ କାଠ ଜବତ କରାଯାଇଛି । ଧାମନଗର ଅଂଚଳରେ କରତ କଳ ବନ୍ଦ ଥିବା ବେଳେ ଉକ୍ତ କରତ କଳ ଲୁଚିଛପି ଚଳାଇ ଆସୁଥିବା ଭିଜିଲାନ୍ସ ବିଭାଗ ନିକଟରେ ଖବର ଥିଲା । ଆଜି ସକାଳେ ସେଠାରେ କଟକ ଓ ବାଲେଶ୍ୱରର ଭିଜିଲାନ୍ସ ଟିମ ସହିତ ଭଦ୍ରକ ବନଖଣ୍ଡ ଅଧିକାରୀମାନେ ପହଂଚି ଚଢଉ କରିଥିଲେ । ତେବେ କରତ କଳରେ ବ୍ୟବହୃତ ଯନ୍ତ୍ରାଂଶ ଓ ସେଠାରେ ମହଜୁତ ଥିବା କାଠକୁ ଜବତ କରାଯାଇଛି । ଏହି ଚଢଉରେ ଡିଇଏଫ ରଜନୀକାନ୍ତ ମହାନ୍ତି, ଏସିଏଫ ସାଧନା ବେହେରା, ଭଦ୍ରକ ରେଞ୍ଜ ଅଫିସର ରଣଜିତ ମହାନ୍ତି ଓ ଧାମନଗର ରେଞ୍ଜ ଅଫିସର କୁଶଚରଣ ସିଂହଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.