Home ଜିଲ୍ଲା ପରିକ୍ରମା ଧାମନଗର – କଟକଣାରେ ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମା ଓ ଭକ୍ତି କାର୍ଯ୍ୟକ୍ରମ

ଧାମନଗର – କଟକଣାରେ ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମା ଓ ଭକ୍ତି କାର୍ଯ୍ୟକ୍ରମ

31

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଏହି ଜିଲାର ଧାମନଗର ଅଂଚଳର ବିଭିନ୍ନ ନଦୀ ଓ ପୁଷ୍କରଣୀରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୋଇତଭସାଣ ଉତ୍ସବ ନିରାଡ଼ମ୍ବର ତଥା କୋଭିଡ଼ କଟକଣା ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ପ୍ରାତଃରୁ ନଦୀ ପୁଷ୍କରଣୀରେ ସ୍ନାନକରି ଦେବାଦେବୀ ପୀଠରେ ଆରତି ଦର୍ଶନ ସହ କାର୍ତ୍ତିକ ବ୍ରତ ଉଦ୍‌ଯାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୈତରଣୀ ନଦୀର ଆନନ୍ଦପୁର ଠାରେ ଜଗନ୍ନାଥ ମନ୍ଦିର, ପ୍ରସିଦ୍ଧ ଶୈବପୀଠ କିଲାଳେଶ୍ୱର ମନ୍ଦିର, ଅର୍ଜୁନପୁର ପଂଚାୟତର ବାସୁଦେବ ପୀଠ, ଧାମନଗର ରାମମନ୍ଦିର, ଗୌର ଗୋପୀନାଥ ଆଶ୍ରମ, ଶିବ ସାଇ ମଙ୍ଗଳା ମନ୍ଦିର, ପଳିକିରୀର ଉତ୍ତରେଶ୍ୱର ମନ୍ଦିର, ଅନହରପୁରର ଅମରେଶ୍ୱର ମନ୍ଦିର, ଇଛଦାର ତପନେଶ୍ୱର ମନ୍ଦିର, ଇତ୍ୟାଦି ବହୁ ସ୍ଥାନରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭଟସାହି ପଂଚାୟତର ଫଳପୁର ସ୍ଥିତ ମା’ ଦପାନାୟକାଣୀ ପୀଠରେ ଏକ ଭଜନସମାରୋହ ଅନୁଷ୍ଠିତ ହୋଇଥିଲା। ଧାମନଗର ପ୍ରେସ୍‌କ୍ଲବର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବାବେଳେ ସଂଜୀବ କୁମାର ସାହୁ, ସୁଧିରରଂଜନ ଦାସ, ଉମାକାନ୍ତ ସାହୁ, ମନୋଜ କୁମାର ମହାନ୍ତି, ସୀତାକାନ୍ତ ମିଶ୍ର, ବିଶ୍ୱଜିତ୍ ସାହୁ, ଧନେଶ୍ୱର ବିନ୍ଧାଣୀ, ମୁଟୁ ନାୟକ ପ୍ରମୁଖ ଅତିଥିଭାବରେ ଯୋଗଦେଇ କାର୍ତିକ ପୁର୍ଣ୍ଣିମାର ମହାତ୍ମ୍ୟ ସମ୍ପର୍କରେ ଶ୍ରଦ୍ଧାଳୁ ମାନଙ୍କୁ ଅବଗତ କରାଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାର ଜିତେନ ପଣ୍ଡା, ବସନ୍ତ ସାହୁ, ଡ଼ଲି ନାୟକ, ପିଂଟୁ ପଣ୍ଡା, ଲାଲମୋହନ ପଣ୍ଡା, ସୁରେସ ନାୟକ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଟୀକାଗୋବିନ୍ଦ ଜେନା, ବୀର ମହାଳିକ, ପ୍ରକାଶ ଜେନା, ବାବୁଲି ଜେନା, ଭାଗବତ ମହାଳିକ, ରାଜୀବ ସାହୁ, ବିଷ୍ଣୁ ଜେନାଙ୍କ ସମେତ ଗ୍ରାମବାସୀ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.