Home ଜିଲ୍ଲା ପରିକ୍ରମା ଧାମନଗରରେ ୪ ଓ କାଞ୍ଜିଆପାଳରୁ ୧ ଡ଼େଙ୍ଗୁରୋଗୀ ଚିହ୍ନଟ

ଧାମନଗରରେ ୪ ଓ କାଞ୍ଜିଆପାଳରୁ ୧ ଡ଼େଙ୍ଗୁରୋଗୀ ଚିହ୍ନଟ

43

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳରେ ଦୀର୍ଘ ୨ବର୍ଷ ହେବ କରୋନା ମହାମାରୀରେ ସାଧାରଣ ଲୋକମାନେ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଏବେ ଡ଼େଙ୍ଗୁ ରୋଗପାଇଁ ପୁଣି ଲୋକମାନଙ୍କ ମନରେ ଆତଙ୍କ ଖେଳିଗଲାଣି । ସୂଚନା ଥାଉକି ୨ବର୍ଷ ତଳେ ନଦୀଗାଁ ଓ ଦୋବଲ କୋଳେଇପଦା ଗ୍ରାମର ଡ଼େଙ୍ଗୁରୋଗ ପ୍ରାୟ୬ରୁ ଉର୍ଦ୍ଧ୍ୱ ବ୍ୟକ୍ତି ମୃତ୍ୟୁ ଘଟିଥିବାବେଳେ ଏବେ ଏହି ଡ଼େଙ୍ଗୁ ରୋଗ ପୁଣି ସଂକ୍ରମଣ ପାଇଁ ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କଲାଣି । ପ୍ରକାଶ ଥାଉକି ଧାମନଗର ବ୍ଲକ ଅନ୍ତର୍ଗତ କାଞ୍ଜିଆପାଳ ଗ୍ରାମର ଦୁର୍ଯ୍ୟଧନ ରଥ (୭୧) ଏହି ଡ଼େଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଏବେ କଟକ ବଡ଼ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଶ୍ରୀ ରଥ କିଛିଦିନ ଧରି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ ଧାମନଗର ପରେ ଯାଜପୁର ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ । ତାଙ୍କର ଅବସ୍ଥା ନସୁଧିରିବାରୁ ତାଙ୍କୁ କଟକ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ରବିବାର ଦିନ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ଏହି ନମୁନାରେ ଡ଼େଙ୍ଗୁ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ତେବେ ଏହି ଡ଼େଙ୍ଗୁରୋଗର ଆକ୍ରାନ୍ତ ଥିବା ଶ୍ରୀ ରଥଙ୍କୁ ଏବେ ଚିକିତ୍ସା କରାଯାଉଛି । ପୂର୍ବରୁ ବ୍ଲକରେ ବିଭିନ୍ନ ଅଞ୍ଚଳରୁ ୩ଜଣ ରୋଗି ଚିହ୍ନଟ ହୋଇଥିଲେ ଏବଂ ସେମାନେ ଚିକିତ୍ସତ ହୋଇ ଘରକୁ ଫେରିଛନ୍ତି । ତେବେ ଆଜିର ଏହି ଡ଼େଙ୍ଗୁରୋଗ କୁ ଲଗାଇ ୪ଜଣ ରେ ପହଂଚିଲେବୋଲି ଧାମନଗର ସ୍ୱାସ୍ଥ୍ୟ ବିଭାଗପକ୍ଷରୁ ସୂଚନା ମିଳିଛି । ତେବେ ଏହି ଡ଼େଙ୍ଗୁରୋଗ ସୂଚନା ପାଇ ବ୍ଲକ ସ୍ୱାସ୍ଥ୍ୟବିଭାଗର ଏକ ଟିମ୍ ଡ଼ା. ଶଶାଙ୍କଶେଖର ସାମଲ, ମେଲେରିଆ ସୁପରଭାଇଜର ସଂଗୀତା ଦେବତା, ସ୍ୱାସ୍ଥ୍ୟ ସୁପରଭାଇଜର ପୃଥିରାଜ ପୋଥାଳ, ଅଙ୍ଗନୱାଡ଼ି ଓ ଆଶାକର୍ମୀ କାଞ୍ଜିଆପାଳରେ ପହଂଚି ଲୋକମାନଙ୍କୁ ସଚେତନ କରାଇବା ସହ କେତେକ ବ୍ୟକ୍ତିଙ୍କ ନିକଟରୁ ନମୁନା ମଧ୍ୟ ସଂଗ୍ରହ କରିଛନ୍ତି । ଧାମନଗର ଅଂଚଳରେ କରୋନା ପରେ ଏବେ ଡ଼େଙ୍ଗୁରୋଗ ଆତଙ୍କ ସୃଷ୍ଟି କରିଛି । ତେବେ ଭୟ କରିବାର କିଛିନାହିଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଛି ବୋଲି ଡ଼ାକ୍ତର ଦୀପକ ନାୟକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.