Home ଜିଲ୍ଲା ପରିକ୍ରମା ଫେସବୁକ୍‌ରୁ ପ୍ରେମ ପରେ ଯୁବତୀକୁ ପ୍ରତାରଣା, ପ୍ରତାରକ ଯୁବକ ଥାନାରେ ଅଟକ

ଫେସବୁକ୍‌ରୁ ପ୍ରେମ ପରେ ଯୁବତୀକୁ ପ୍ରତାରଣା, ପ୍ରତାରକ ଯୁବକ ଥାନାରେ ଅଟକ

79

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ଯୁବକ ଯୁବତୀମାନେ ମୋବାଇଲ୍‌, ଫେସବୁକ୍‌, ହ୍ୱାଟସ୍‌ଆପ ବ୍ୟବହାର କରି ନିମ୍ନସ୍ତରକୁ ଚାଲି ଯାଉଛନ୍ତି । ଯାହାଫଳରେ ଯୁବ ପିଢ଼ିମାନେ ମୋବାଇଲ୍ ମାନିଆରେ ପଡ଼ିଯାଇଛନ୍ତି । ଏପରିକି ଫେସବୁକ୍ ଚଳାଇ ଯୁବକ ଯୁବତୀମାନେ ପ୍ରେମ ବିବାହ କରୁଛନ୍ତି । ପରେ ପ୍ରତାରଣାର ସୀକାର ମଧ୍ୟ ହେଉଛନ୍ତି । ଏପରି ଏକ ଘଟଣା ଘଟିଛି ଧାମନଗର ବ୍ଲକ ବାଘୁଆରି ଗ୍ରାମରେ । ଘଟଣାରୁ ପ୍ରକାଶଯେ ବାଘୁଆରି ଗ୍ରାମର ଜୈନିକା ୧୯ବର୍ଷର ଯୁବତୀ ବାଲେଶ୍ୱର ଜିଲ୍ଳା ସିମୁଳିଆ ଥାନା ଅଂଚଳ ଅଡ଼ା(ବେଗୁନିଆ) ଗ୍ରାମର ବାବୁ ଦାସଙ୍କ ପୁତ୍ର ଅଞ୍ଜନ (୨୨) ଙ୍କୁ ଫେସବୁକ୍‌ରେ ୨ବର୍ଷ ତଳୁ ବନ୍ଧୁତ୍ୱ ସ୍ଥାପନ ପରେ ଫେସବୁକ୍ ଓ ହ୍ୱାର୍ଟସ୍‌ଆପରେ ଚାଟିଂ ପରେ ସେମାନଙ୍କର ପ୍ରେମ ନିବିଡ଼ ହୋଇଥିଲା ଏପରିକି ଫୋନ୍‌ରେ କଥାବାର୍ତ୍ତା ହୋଇ ବିବାହ ପାଇଁ ପ୍ରେମୀକ ଅଞ୍ଜନ ପ୍ରସ୍ତାବ ଦେଇଥିଲେ । ଏପରିକି ବିବାହର ପ୍ରତିଶୃତି ଦେଇ ଜୈନିକା ଯୁବତୀକୁ ଚିଙ୍ଗୁଡ଼ି ଫେକ୍ଟ୍ରିରେ କାମକରାଇଦେବ ବୋଲି କହି ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ଏବଂ ଗତମାସ ୨୪ ତାରିଖରେ ଅଞ୍ଜନ ଜୈନିକା ଯୁବତୀକୁ ଏକ ମନ୍ଦିରରେ ବିବାହକରି ପ୍ରାୟ ୬ଦିନ ତାଙ୍କ ଘରେ ରଖିଥିଲେ । ପରେ ଅଞ୍ଜନଙ୍କ ଘରଲୋକ ବିରୋଧ କରିବାରୁ ଗତକାଲି ରାତିରେ ଏକ ମୋଟର ସାଇକେଲରେ ଘରକୁ ବୁଲିବାକୁ ଯିବାପାଇଁ କହି ଧାମନଗର- ଫଳପୁର ରାସ୍ତାର ଜାହାଙ୍ଗିର ଠାରେ ମୋଟର ସାଇକେଲରୁ ଓହ୍ଲାଇଦେଇ କୌଶଳ କରି ପ୍ରେମୀକ ଅଞ୍ଜନ ପଳାଇଯାଉଥିବାବେଳେ ଯୁବତୀ ଜଣକ ତାଙ୍କ ମୋଟର ସାଇକେଲକୁ ଟାଣି ଚିତ୍କାର କରିଥିଲେ । ଏହି ସମୟରେ ଜାହାଙ୍ଗିର ଅଂଚଳର କିଛି ଯୁବକ ମୋଟର ସାଇକେଲ ସହ ପଳାଉଥିବା ଯୁବକଙ୍କୁ ମଧ୍ୟ ଅଟାକାଇ ଯୁବତୀଙ୍କ ପରିବା ଓ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ମୋଟର ସାଇକେଲ ସମେତ ଯବକଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଖବର ଲେଖାବେଳେ ଥାନାରେ କୌଣସି ମାମଲାରୁଜୁ ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.