Home ଜିଲ୍ଲା ପରିକ୍ରମା ଜାତୀୟ ରାଜପଥ ଅବରୋଧ ଡାକରା ସ୍ଥଗିତ ରହିଲା

ଜାତୀୟ ରାଜପଥ ଅବରୋଧ ଡାକରା ସ୍ଥଗିତ ରହିଲା

43

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜବରଦଖଲ ଉଚ୍ଛେଦ ଦାବି କରି ମହାବୀର ଆଞ୍ଚଳିକ ପରିଷଦ, ବିଷ୍ଣୁପୁର, ବହୁଦରଡା ପକ୍ଷରୁ ଆସନ୍ତା କାଲି ବୁଧବାର ୧୬ ନଂ ଜାତୀୟ ରାଜପଥ ଅବରୋଧ ଡାକରାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଛି । ଜବର ଦଖଲ ଯୋଗ ପାଶ୍ୱର୍ବର୍ତ୍ତୀ ୫/୬ଟି ଗ୍ରାମର ଚାଷୀକୂଳ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି କୌଣସି ସୁଫଳ ମିଳି ନଥିଲା । ବାଧ୍ୟହୋଇ କମିଟି ପକ୍ଷରୁ ରାଜପଥ ଅବରୋଧ କରାଯିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲାପାଳ ଅଭିଯୋଗକୁ ଭିତ୍ତି କରି ଆଜି ଭଣ୍ଡାରିପୋଖରୀ ତହସିଲଦାରଙ୍କୁ ତଦନ୍ତ ପାଇଁ ପଠାଇବା ପରେ ତହସିଲଦାର ନୟନଜୋରୀର ଜବରଦଖଲ ସରଜମିନ ତଦନ୍ତ କରି ଦେଖିବା ସହ ୭ ଦିନ ମଧ୍ୟରେ ସମାଧାନ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିବାକରୁ ହେବାକୁ ଥିବା ରାଜପଥ ଅବରୋଧକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଆଜି ତହସିଲଦାରଙ୍କ ତଦନ୍ତ ସମୟରେ ବିକାଶ ପରିଷଦର ସଭାପତି ରଘୁନାଥ ପଣ୍ଡା, ସମ୍ପାଦକ ଡା. ରବିନ୍ଦ୍ର ପଣ୍ଡା, ସମାଜସେବୀ ବିଦ୍ୟାଧର ସେଠୀ, ମୁକ୍ତିକାନ୍ତ ସାହୁ, ଅମୂଲ୍ୟ ନାୟକ, ମନୋଜ ପଣ୍ଡା, ସୁଶାନ୍ତ ନାୟକଙ୍କ ସହିତ ବହୁ ଚାଷୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.