ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ତିନି ମାସ ପରେ ଆଜି ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ।ପର୍ଯ୍ୟଟକମାନଙ୍କୁ ଗୋଲାପ ଦେଇ ସ୍ୱାଗତ କଲେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅରୁଣ କୁମାର ବିଶ୍ୱାଳ।ପର୍ଯ୍ୟଟକମାନଙ୍କ ସ୍ୱାଗତ ପାଇଁ ଚାନ୍ଦବାଲି ଏଂଟ୍ରି ପଏଂଟରେ ଆଜି ଏକ ସ୍ୱାଗତ ଉତ୍ସବର ଆୟୋଜନ କରାଯାଇଥିଲା ଏଥିରେ ଅତିରିକ୍ତ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୁମିତ କୁମାର ମହାନ୍ତି, ବ୍ଲକ ବିଜ୍ଞାନ ସଂଯୋଜକ ଅମୂଲ୍ୟ କୁମାର ରାଉତ,ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ,ଫରେଷ୍ଟର ଶୁଭକାନ୍ତ ପଣ୍ଡା, ସୁବ୍ରତ କୁମାର ବେହେରା ଓ ରଶ୍ମିତା ସାହୁ ପ୍ରମୁଖ ଯୋଗ ଦେଇ ପର୍ଯ୍ୟଟନ କ୍ଷେତ୍ରରେ ପ୍ରାକୃତିକ ନୈସର୍ଗିକ ଶୋଭା ସୌନ୍ଦର୍ଯ୍ୟରେ ଭରପୁର ଭିତରକନିକା ଜୈବ ମଣ୍ଡଳ ପୃଥିବୀ ପ୍ରସିଦ୍ଧ ଏବଂ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ଭାବରେ ସର୍ବ ଜନ ବିଦିତ ବୋଲି ମତବ୍ୟକ୍ତ କରିଥିଲେ।ଦୀର୍ଘ ୧୭କିମି ଜଳ ଯାତ୍ରା କରୁଥିବା ପର୍ଯ୍ୟଟକମାନଙ୍କୁ ପତାକା ହଲାଇ ଡି.ଏଫ.ଓ ଶ୍ରୀ ବିଶ୍ୱାଳ ଯାତ୍ରା ଶୁଭାରମ୍ଭ କରିଥିଲେ।ପ୍ରଥମ ଦିନରେ ମୋଟ ୧୦ଜଣ ପର୍ଯ୍ୟଟକ ଟିକେଟ କାଉଂଟରରେ ଏଂଟ୍ରି ଟିକେଟ କାଟି ପ୍ରବେଶ କରିଥିଲେ।
Home ଜିଲ୍ଲା ପରିକ୍ରମା ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ,ଚାନ୍ଦବାଲି ପ୍ରବେଶ ପଥରେ ପର୍ଯ୍ୟଟକମାନଙ୍କୁ ଗୋଲାପ ଦେଇ ସ୍ୱାଗତ କଲେ ଭଦ୍ରକ...








