Home ଜିଲ୍ଲା ପରିକ୍ରମା ଧାମନଗରରେ ଧଳା ଜହର, ଚୋରାମଦ ସାଙ୍ଗକୁ ଏବେ ଦେହ ବ୍ୟବସାୟର ପେଣ୍ଠସ୍ଥଳ ପାଲଟିିଛି

ଧାମନଗରରେ ଧଳା ଜହର, ଚୋରାମଦ ସାଙ୍ଗକୁ ଏବେ ଦେହ ବ୍ୟବସାୟର ପେଣ୍ଠସ୍ଥଳ ପାଲଟିିଛି

77

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକରେ ଚୋରା ମଦ କାରବାର ବୃଦ୍ଧି ପାଉଥିବାବେଳେ ଏବେ ଧଳାଜହର କାରବାରରେ କୋମଳମତୀ ଯୁବକ ମାନେ ନିଶାଶକ୍ତ ହେଉଥିବାବେଳେ ଧାମନଗରର ମୁଖ୍ୟ ବଜାର ଉପରେ ଦେହ ବ୍ୟବସାୟ ସମସ୍ତଙ୍କୁ ଚକିତ କରିଛି । ଧାମନଗର ଏକ ଭାଇଚାରା ଅଂଚଳରେ ଏପରି ଘଟଣା ସମଗ୍ର ଧାମନଗର ଅଂଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ଧାମନଗର ମେଡ଼ିକାଲ ବଜାର ରାସ୍ତାର ହାଇସ୍କୁଲ ସନ୍ନିକଟ ଏକ ଝୁମ୍ପୁଡ଼ି ଘରେ ଦୀର୍ଘଦିନ ହେବ ଚାଲିଛି ଏହି ଦେହ ବ୍ୟବସାୟ । ପ୍ରାୟ ୩ ମାସତଳେ ଲଗାତର ଭାବରେ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶନ ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗିନଥିଲା । ଖୋଲମ୍‌ଖୋଲା ଭାବେ ବେଧଡ଼କରେ ଏହି ଦେହ ବ୍ୟବସାୟ କାହା ଇଂଗିତରେ ଚାଲିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପ୍ରକାଶ ଥାଉକି ଏହି ଛୁମ୍ପୁଡ଼ି ଘରେ ଯାଜପୁର ଅଂଚଳର ଜଣେ ଯୁବତୀକୁ ଆଣି ପ୍ରାୟ ୩ମାସ କାଳରଖି ଦେହବ୍ୟବସାୟରେ ଲଗାଇଥିଲେ । ଯୁବତୀ ଜଣକ ଏହି କାର୍ଯ୍ୟକୁ ବିରୋଧ କରୁଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଯୁବକଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରାଯାଉଥିଲା । ଏପରିକି ତାଙ୍କୁ ସିଗାରେଟ ଚେଙ୍କ ମଧ୍ୟ ଦିଆଯାଇଥିଲା । ବାଧ୍ୟହୋଇ ଯୁବତୀଙ୍କ ଅନିଛା ସତ୍ତ୍ୱେ ମଧ୍ୟ ଏହି ଘୃଣ୍ୟ କାର୍ଯ୍ୟରେ ଦେହ ଦାନ କରୁଥିଲେ । ଏହି ଧାମନଗରକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଗରାଖ ଆସି ଏହି ଝୁମ୍ପୁଡ଼ିଘରେ ଉକ୍ତ ଯୁବତୀ ସହିତ ସମ୍ପର୍କ ରଖୁଥିଲେ । କାଳକ୍ରମେ ଯୁବତୀ ଜଣକ ଉକ୍ତ ଦଲାଲଙ୍କ କବଳରୁ ଖସିପଳାଇଥିଲେ । ପରବର୍ତ୍ତି ସମୟରେ ଯାଜପୁର ଅଂଚଳର ତାଙ୍କର ସମ୍ପର୍କୀୟ ମା’ ଧାମନଗରରେ ଆସି ତାଙ୍କ ଝିଅକୁ ଖୋଜାଖୋଜି କରିବାପରେ ଘଟଣା ପଦାକୁ ଆସିଥିଲା । ଧାମନଗର ଅଂଚଳର ଜୈନିକ ଜୋତାଦୋକାନି ଓ ଔଷଧଦୋକାନି ଏହି ଝିଅକୁଆଣି ଏହି ଘୃଣ୍ୟ କାମରେ ଲଗାଇଥିବାର ଖବର ଜଣାପଡ଼ିଥିଲା । ସେତେବେଳେ ଧାମନଗର ଥାନାରେ ମହିଳା ଜଣକ ଅଭିଯୋଗ କରିବାପରେ ପୋଲିସ ତାଙ୍କୁ ଯାଜପୁର ଥାନରେ ଅଭିଯୋଗ କରିବାପାଇଁ କହିଥିଲେ । ହେଲେ ଘଟଣା ଘଟିଛି ଧାମନଗରରେ ଅଭିଯୋଗ କରିବେ ଯାଜପୁରରେ ଏହା କେଉଁ ଆଇନ୍ ସଂଗତ କଥା? ପୋଲିସର ଏପରି ଉତ୍ତର ନେଇ ନିରୁପାୟ ହୋଇ ମହିଳା ଜଣକ ସାମ୍ବାଦିକ ମାନଙ୍କ ନିକଟରେ ଆଶ୍ରୟ ନେଇଥିଲେ ।

ସେତେବେଳେ ବାରମ୍ବାର ଏହି ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଏହି ଦେହବେପାରି ଦଲାଲମାନେ ଛତ୍ରଭଙ୍ଗ ଦେଇଥିଲେ । ପୁଣି ଏବେ ସେହିକାର୍ଯ୍ୟ ପୁନଃର୍ବାର ସେହି କୋଠିରେ ଏହି ଦେହ ବ୍ୟବସାୟ ଚାଲିଛି । ଏନେଇ ପୋଲିସ ଭୂମିକାକୁ ମଧ୍ୟ ଏଠାରେ ସନ୍ଦେହ ଆଖିରେ ଦେଖାଯାଇପାରେ । ନିକଟରେ ପିଡ଼ିତା ଜଣକ କେତେକ ଗଣମାଧ୍ୟମ ସାମ୍ନାକୁ ଆସି ଏପରି ଖରାପ କାମ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଥିଲେ । ତେବେ ଧାମନଗର ଏନ୍‌ଏସି ଅଂଚଳର ଏକ ଜନଗହଳ ପୁର୍ଣ୍ଣ ଅଞ୍ଚଳରେ ଏପରିକାର୍ଯ୍ୟ ଚାଲୁଥିଲା ସ୍ଥାନୀୟ ପୋଲିସ କିପରି ଭାବରେ ଏହି ଘଟଣାର ଟେର ପାଉନାହିଁ । ନିର୍ଦ୍ଧିଷ୍ଟ ଏକ ସମ୍ପ୍ରଦାୟର କିଛି ଯୁବକ ଅନ୍ୟଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବତୀ ଓ ବିବାହିତା ମହିଳାମାନଙ୍କୁ ଏହି କୋଠିକୁ ଆଣି ସେମାନଙ୍କୁ ମୋଟା ଅଙ୍କର ଅର୍ଥ ପ୍ରଲୋଭନ ଦେଖାଇ ଦେହ ବ୍ୟବସାୟରେ ଲଗାଇ ଆଇନ୍ ଆଖିରେ ଧୂଳିଦେଇ ଦଲାଲମାନେ ମାଲେମାଲ ହେଉଛନ୍ତି । ଏହି କୋଠିଟି ଏକ ସରକାରୀ ଅନାବାଦୀ ଜାଗା ହୋଇଥିବାବେଳେ ଏହି ଜାଗାରେ ଝୁମ୍ପୁଡ଼ି ଘରକରି ଜୋର ଜବରଦସ୍ତ ଜାଗା ମାଡ଼ିବସି ଏପରି ବେଆଇନ୍ କାର୍ଯ୍ୟ କରାଯାଉଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର ଓ ଥାନାଅଧିକାରୀ କାହିଁକି ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଯଦି ଉକ୍ତ ସରକାରୀ ଜାଗାଟିକୁ ସରକାର ନିଜଅକ୍ତିଆରକୁ ନେଇପାରନ୍ତା ସେଠାରେ ଏପରି ଖରାପ କାମ ହୋଇପାରନ୍ତା ନାହିଁ । ଏହି ସରକାରୀ ଜାଗାରେ ଏପରି କାର୍ଯ୍ୟ ହେଉଥିବାର ମୋ ଦୁଷ୍ଟିଗୋଚରକୁ ଆସିନାହିଁ ଏ ଦୀଗରେ ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଭାରପ୍ରାପ୍ତ ତହସିଲଦାର ଦୁର୍ଗାଚରଣ ମୁର୍ମୁ ପ୍ରକାଶ କରିଛନ୍ତି । ନୂଆକରି ଥାନାରେ ଯୋଗଦେଇଛି, ଏପରି ଘଟଣା ମୋ ଦୃଷ୍ଟି ଗୋଚରକୁ ଏବଂ କୌଣସି ବ୍ୟକ୍ତି ଅଭିଯୋଗ ମଧ୍ୟ କରିନାହାନ୍ତି ତେବେ ଖୂବ୍ ଶୀଘ୍ର ଘଟଣାର ତଦନ୍ତ କରାଯିବବୋଲି ଥାନାଅଧିକାରୀ ପ୍ରଦୀପ କୁମାର ମହନ୍ତ ଆମପ୍ରତିନିଧିଙ୍କୁ ଜଣାଇଛନ୍ତି । ଅପରପକ୍ଷେ ଧାମନଗର ପୋଲିସ ସନ୍ଦେହ ଘେରକୁ ଆସୁଥିବା ଯୁବକମାନଙ୍କୁ ଥାନାକୁ ଡ଼ାକି ପଚରା ଉଚୁରା କରିବା ସହିତ ସମ୍ପୃକ୍ତ କୋଠି ଉପରେ ବାରମ୍ବାର ଚଢାଉକଲେ ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରିବ ଏବଂ ବିଭିନ୍ନ ପରିତ୍ୟକ୍ତ ଗୃହ ଉପରେ ଚଢାଉ କରିବା ସହିତ ଦଲାଲ ମାନଙ୍କ ପ୍ରତି ତିକ୍ଷ୍ଣ ନଜର ରଖିଲେ ଆପାତତ୍ ଏପରି କାଯ୍ୟଁ ହେବନାହିଁ ବୋଲି ବୁଦ୍ଧିଜୀବୀ ମହଲରୁ ସୁଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.