Home ଜିଲ୍ଲା ପରିକ୍ରମା ପକ୍ଷାଘାତ ବନମାଳୀଙ୍କୁ ସହାୟତା କଲେ ରାଜ୍ୟ ବିଜେଡ଼ି ସମ୍ପାଦକ

ପକ୍ଷାଘାତ ବନମାଳୀଙ୍କୁ ସହାୟତା କଲେ ରାଜ୍ୟ ବିଜେଡ଼ି ସମ୍ପାଦକ

54

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭନ୍ରକ ଜିଲ୍ଲା ବନ୍ତ ବ୍ଲକ ବିଟିପୁର ପଞ୍ଚାୟତ ବରହମପୁର ଗ୍ରାମର ଯୁବକ ବନମାଳୀ ସାହୁ ପକ୍ଷାଘାତ ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେବାର ଖବର ବିସ୍ତୃତ ଭାବେ ପ୍ରକାଶିତ ହୋଇଥିଲା । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡ଼ାକ୍ତର ଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଖବର ପାଇ ରାଜ୍ୟ ବିଜେଡ଼ି ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ବନମାଳୀଙ୍କ ଘରେ ପହଞ୍ଚିଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପରେ ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ପ୍ରତ୍ୟେକ ମାସରେ ଔଷଧ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ପ୍ରତିନିଧିଙ୍କ ଏତାଦୃଶ କାର୍ଯ୍ୟକୁ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.