Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ଦୀପ ତଳ ଅନ୍ଧାର, ଆଣ୍ଠୁଏ ପାଣିରେ ଗମନା ଗମନର ସୁବିଧା ଥାଇ ପଂଚାୟତ...

ଧାମରା ବନ୍ଦର ଦୀପ ତଳ ଅନ୍ଧାର, ଆଣ୍ଠୁଏ ପାଣିରେ ଗମନା ଗମନର ସୁବିଧା ଥାଇ ପଂଚାୟତ ବ୍ଲକରେ ୧ ନଂ ମାନ୍ୟତା

63

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସମସ୍ତ ଲୋକଙ୍କୁ ଶିକ୍ଷା ,ସ୍ୱାସ୍ଥ୍ୟ ଓ ଗମନା ଗମନର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ବୋଲି ସରକାର ଡିଣ୍ଡିମ ପିଟି ଚାଲିଛନ୍ତି ଏଥିସହ ଗ୍ରାମାଚଂଳର ସମସ୍ତ ସଡକକୁ ଉନ୍ନତ ମାନର ନିର୍ମାଣ କରାଯାଇ ଜିଲ୍ଲା ସଦର ମହକୁମା ସହ ସଡକ ପରିବହନରେ କୌଣସି ବ୍ୟାଘାତ ନ ହେବା ପାଇଁ ସରକାର ଯତ୍ନବାନ ଅଛନ୍ତି ବୋଲି ପ୍ରଶାସନ କହୁଥିବା ବେଳେ ଏହାର ଏକ ନିଚ୍ଛଦ ଉଦାହରଣ ଦେଖିବାକୁ ମିଳିଛି ଧାମରା ପଂଚାୟତରେ ।୭ହଜାର ଲୋକସଂଖ୍ୟା ବିଶିଷ୍ଟ ଧାମରା ପଂଚାୟତ ଆଜି ଭଳି ଦିନରେ ଅବହେଳିତ ।ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ଆଜି ଭଳି ଦିନରେ ଆଣ୍ଠୁଏ ପାଣିରେ ପଶି ଦୈନଦିନ ଜୀବନଚର୍ଯ୍ୟା ଆରମ୍ଭ କରୁଥିବା ଗ୍ରାମବାସୀ କେତେ ଯେ ଅବହେଳିତ ତାହା ପ୍ରତି ଆମ ପ୍ରଶାସନ କେତେ ସଜାଗ ହେଉଛି ତାହା ଚର୍ଚାର ବିଷୟ ପାଲଟିଛି । ଚାନ୍ଦବାଲି ବିଧାୟକ ଦ୍ୱାରା ୧ ନମ୍ବର ପଂଚାୟତର ସାଟି‘ିକେଟ ପାଇଥିବା ଏହି ବ୍ଲକର ଧାମରା ପଂଚାୟତର ଗୁଆଁଳ -ବାଣୁଆସାହି ରାସ୍ତା । ଏହି ରାସ୍ତା ଦେଇ ଗୁଆଁଳ ଏବଂ ବାଣୁଆ ସାହି ଗ୍ରାମର ଲୋକେ ଯାତାୟତ ହେଉଥିବା ବେଳେ ଏହି ରାସ୍ତା ପ୍ରତି ପ୍ରଶାସନ ନୀରବ ଦ୍ରଷ୍ଟା ।ସବୁଠୁ ବଡ କଥା ହେଲା ଚାନ୍ଦବାଲି ବ୍ଲକର ଅଧ୍ୟକ୍ଷାଙ୍କ ନିଜ ଗ୍ରାମ ଗୁଆଁଳ ହୋଇଥିବା ବେଳେ ଦୀପ ତଳ ଅନ୍ଧାର ପରି ଆଜିବି ଏହି ରାସ୍ତାଟି ସଂପୂର୍ଣ ଅବହେଳିତ ଅବସ୍ଥାରେ ରହିଛି ।ଏହି ଗ୍ରାମର ୧୩ ନଂମ୍ବର ଓ୍ୟାଡ ମୋଟ ଜନ ସଂଖ୍ୟା ୪୫୦ ରୁ ଅଧିକ । ସମସ୍ତେ ଦଳିତ ପରିବାରର । ଏହି ଗ୍ରାମରୁ ମାତ୍ର ୬୦୦ ମିଟର ଦୂରରେ ଥିବା ରାଜସ୍ୱ ଗ୍ରାମ ବାଣୁଆ ସାହି । ଧାନ ବିଲ ଓ ଭଦ୍ରକ-ଧାମରା ରେଳପଥ ମଧ୍ୟରେ ଅବସ୍ଥିତ ଏହି ୨ଟି ଗ୍ରାମର ଲୋକେ ଗୁଆଁଳରୁ ବାଣୁଆ ସାହିକୁ ଯାତାୟତ କରିବା ପାଇଁ ଆଣ୍ଠୁଏ ପାଣିରେ ପଶି ଯାତାୟତ କରୁଛନ୍ତି । ଏଥିରୁ କୁନୀକୁନୀ ପିଲା ମାନେ ମଧ୍ୟ ବାଦ ପଡି ନଥାନ୍ତି ।ବହୁ ସମୟରେ ଏହି ପାଣିରେ ଯାତାୟତ କରୁଥିବା ସ୍ଥାନୀୟ ଲୋକେ ବିଷାକ୍ତ ସାପ ଦଂଶନରୁ ମଧ୍ୟ ରକ୍ଷା ପାଇ ପାରନ୍ତି ନାହିଁ । ଦୀର୍ଘ ଦିନ ହେବ ଏହି ରାସ୍ତା ନିର୍ମାଣ ଶେଷ କରିବା ପାଇଁ ଗ୍ରାମବାସୀ ପଂଚାୟତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସବୁ ସ୍ଥାନରୁ ନିରାଶ ହୋଇ ଭାଗ୍ୟକୁ ଆଦରି ପଡି ରହିଛନ୍ତି । କେବଳ ପଂଚାୟତ ନିର୍ବାଚନ ଆସିଲେ ସବୁ ଦଳର ନେତାଙ୍କ ଠାରୁ ପ୍ରଥମେ ଏହି କାର୍ଯ୍ୟ କରିବାକୁ ପ୍ରତିଶୃତି ମିଳେ ପରେ କାଶିଆ କିଏ ନା କପିଳା କିଏ ନ୍ୟାୟରେ ସବୁ ମିଳେଇ ଯାଏ ।

ତେବେ ସ୍ଥାନୀୟ ଅଧିବାସୀ ଯେତେ ଗୁହାରୀ କଲେ ମଧ୍ୟ ତାହା କେବଳ ନାସ୍ଥି ବାଚନରେ ମିଳାଇ ଯାଉଛି । ଘରଢିଙ୍କି କୁମ୍ଭୀର ପରି ଯାହାକୁ ଭୋଟ ଦେଇ ପଂଚାୟତ ସମିତିର ସର୍ବେସର୍ବା କଲେ ସେ ଯଦି ଦୁଃଖ ନ ବୁଝିଲା ତେବେ ନିଜ ଗ୍ରାମର ଲୋକେ ଦୋଷ ଦେବେ କାହାକୁ । ଚାନ୍ଦବାଲି ବ୍ଲକ ମଧ୍ୟରେ ଧାମରା ପଂଚାୟତ କାଗଜ କଲମରେ ଏକ ନମ୍ବର ଥିବା ବେଳେ ଏହି ପଂଚାୟତର ସମିତି ସଭ୍ୟା ହେଉଛନ୍ତି ବ୍ଲକ ଅଧ୍ୟକ୍ଷା । ୨୦୧୮ ମସିହାରେଏହି ଗ୍ରାମର ବିଭିନ୍ନ ସମସ୍ୟା ମଧ୍ୟରୁ ପ୍ରଥମେ ଗୁଆଁଳ -ବାଣୁଆ ସାହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଅଡି ବସିବାରୁ ଗତ ନିର୍ବାଚନ ସମୟରେ ତୁରନ୍ତ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ପ୍ରତିଶୃତି ମିଳିଥିଲା । ୨୦୧୮ ଆର୍ଥିକ ବର୍ଷରେ ୨୫ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇ ଏହି ରାସ୍ତା ନିର୍ମାଣ କରାଯାଇଥିଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ମାତ୍ର ତାହା ଅଧାପନ୍ତରିଆ ହୋଇ ରହିଗଲା । କେଉଁ ପରିସ୍ଥିତିରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ରାସ୍ତା ସଂପୂର୍ଣ ହୋଇ ପାରିଲା ନାହିଁ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏ ବିଷୟରେ ଚାନ୍ଦବାଲି ବ୍ଲକ କନିଷ୍ଠଯନ୍ତ୍ରୀଙ୍କ ସହ ଯୋଗ ଯୋଗ କରିବାରୁ ସେ କିଛିଦିନ ହେବ ଏହି ପଂଚାୟତ ଦାୟିତ୍ୱରେ ଅଛନ୍ତି ବୋଲି କହିଥିଲେ ତାଙ୍କ ଦାୟିତ୍ୱ ସେ ଆଗାମୀ ଦିନରେ ତୁଲାଇବେ ବୋଲି କହିଥିଲେ । ଏ ନେଇ ଏହି ଗ୍ରାମର ବୟୋଜେଷ୍ଠ ବ୍ୟକ୍ତି ଶ୍ରୀଧର ମହାଳିକ କୁହନ୍ତି ଦୀର୍ଘ ଦିନ ହେବ ଏହି ରାସ୍ତା ନିର୍ମାଣ ପାଇଁ ଆମେ ଦାବି କରି ଆସିଛୁଁ ପ୍ରତ୍ୟେକ ନିର୍ବାଚନ ସମୟରେ ଆମକୁ ମିଛ ପ୍ରତିଶୃତି ମିଳୁଛି । ନିର୍ବାଚନ ସରିଲେ ଆମେ ଦଳିତ ବସ୍ତିର ଲୋକଙ୍କ କଥା କେହି ବୁଝୁ ନାହାଁନ୍ତି । ଗତ କିଛି ଦିନ ପୁର୍ବରୁ ବ୍ଲକ ଅଧ୍ୟକ୍ଷାଙ୍କୁ ଏହି ରାସ୍ତା ନିର୍ମାଣ ପାଇଁ ଜଣାଇଥିଲୁ ୨୫ଲକ୍ଷ ସେକସନ ହୋଇଛି ଠିକାଦାର ଶୀଘ୍ର କାମ କରିବେ ବୋଲି ଆମକୁ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଠାଏ ମାଟି ଏହି ରାସ୍ତା ଉପରେ ପଡିପାରିଲା ନାହିଁ ପିଲା ଛୁଆଙ୍କୁ ଧରି ଆମେ ବଡ ହଇରାଣ ହୋଇ ବାଣୁଆ ସାହି ଯିବା ଆସିବା କରୁଛୁ । ଘରୁ ପଦାକୁ ଗୋଡ କାଢିଲା ବେଳକୁ ପାଣି ଆଣ୍ଠୁଏ ଏଥିପ୍ରତି ଦୃଷ୍ଟି ଦେବାକୁ ଚାନ୍ଦବାଲି ବିଡିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷା,ଭଦ୍ରକ ଜିଲ୍ଲାପାଳ ଏବଂ ବିଧାୟକଙ୍କୁ ବାରମ୍ବାର ଗୁହାରୀ କରିଛୁ ହେଲେ ଆମ ଦଳିତଙ୍କ କଥା କେହି ଶୁଣୁନାହାଁନ୍ତି । ଆଗାମୀ ଦିନରେ ଏହି କଥାକୁ ନେଇ ଆମ୍ଭେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ନାରାୟଣ ମହାଳିକ, ଯଶୋଦା ମହାଳିକ,ମାଳତୀ ମହାଳିକ, ରବିନ୍ଦ୍ର ମହାଳିକଙ୍କ ସମେତ ସଂପୃକ୍ତ ୨ ଗ୍ରାମର ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.