Home ଜିଲ୍ଲା ପରିକ୍ରମା ଧାମନଗରରେ ତୃତୀୟ ବନ୍ୟା ଆତଙ୍କ, ତିନିଦିନ ହେଲା ନିଖୋଜ ଚାଷୀ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ...

ଧାମନଗରରେ ତୃତୀୟ ବନ୍ୟା ଆତଙ୍କ, ତିନିଦିନ ହେଲା ନିଖୋଜ ଚାଷୀ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

1

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ରେ ଦ୍ୱିତୀୟ ବନ୍ୟା କ୍ଷତିରୁ ଲୋକେ ସମ୍ପୂର୍ଣ୍ଣ ଭାବେ ମୁକୁଳି ନଥିବାବେଳେ ପୁନର୍ବାର ତୃତୀୟ ବନ୍ୟା ଧାମନଗର ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବୈତରଣୀ ନଦୀରେ ପୁଣିଥରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଗତ ୧୪ ତାରିଖରେ ପ୍ରବେଶ କରିଥିବା ଦ୍ୱିତୀୟ ବନ୍ୟା ଜଳରେ ବିଭିନ୍ନ ଚାଷଜମି ଓ ରାସ୍ତାଘାଟ ଜଳମଗ୍ନ ହୋଇଥିବାବେଳେ, ଏହି ତୃତୀୟ ବନ୍ୟା ଲୋକଙ୍କ ଜୀବନ ଜୀବିକାକୁ ଅଧିକ ଅସ୍ତବ୍ୟସ୍ତ କରି ପକାଇଛି।୧୪ ତାରିଖ ରେ ଦ୍ୱିତୀୟ ବନ୍ୟା ସମୟରେ ପାହାଡପୁର ଗ୍ରାମର ଚାଷୀ ଗଣେଶ ଯେନା ବନ୍ୟାଜଳରେ ଭାସିଯାଇ ନିଖୋଜ ରହିଛନ୍ତି। ଓଡ୍ରାଫ ଟିମ୍ ପକ୍ଷରୁ ଲଗାତାର ଖୋଜାଖୋଜି କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଂଚଳରେ ଗଭୀର ଶୋକ ଓ ଚିନ୍ତାର ବାତାବରଣ ସୃଷ୍ଟି କରିଛି।ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବନ୍ୟା ସମ୍ପର୍କରେ ଏକ ଜରୁରୀ ସମୀକ୍ଷା କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସମେତ ସମସ୍ତ ସରକାରୀ ଅଧିକାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ୟାଂଚଳରେ ବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟ ସହିତ ଆବଶ୍ୟକ ସ୍ଥାନରେ ରନ୍ଧା ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଇଦେବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରବିବାର ମନ୍ତ୍ରୀ ଓ ଜିଲ୍ଲାପାଳ ମିଳିତ ଭାବେ ଧାମନଗର, କୋଠର, ଧୁଷୁରୀ ଆଦି ବନ୍ୟା ପ୍ରଭାବିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।ପୁଣିଥରେ ଆସିଥିବା ତୃତୀୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଧାମନଗର ବ୍ଲକର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଓ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରା ଯାଇଛି। ବନ୍ୟାଂଚଳରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଂଟନ କାର୍ଯ୍ୟ ଜାରି ରହିଛି। କ୍ରମାଗତ ବନ୍ୟା ଯୋଗୁଁ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଗଭୀର ଚିନ୍ତା ଦେଖାଦେଇଛି। ଧାମନଗର – ଫଳପୂର , ହସନାବାଦ,ଧୁଷୁରୀ ଆରଡି ରାସ୍ତା ରେ ଯାତାୟାତ ରେ ବାଧା ସୃଷ୍ଟି କରିଛି, ତଳିଆ ଅଂଚଳ ଅର୍ଜୁନପୁର, ହସନାବାଦ, ପଧାନୀ, ଭଟସାହି, ନଦୀଗାଁ ଆଦି ପଂଚାୟତ ରେ ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.