Home ଜିଲ୍ଲା ପରିକ୍ରମା ଦୋବଲ- ମା’ ଶ୍ୟାମାକାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଦୋବଲ- ମା’ ଶ୍ୟାମାକାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

31

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ମୁସ୍ତଫାପୁର ପଂଚାୟତର ଦୋବଲ ଠାରେ ମା’ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ୫୪ତମ ବାର୍ଷିକ ଉତ୍ସବ ଓ ମା’ ଶ୍ୟାମାକାଳୀ ପୂଜା ଉତ୍ସବ ଆସନ୍ତା ମାସ ୪ତାରିଖ ଦିନ ଅନୁଷ୍ଠିତ ହେବ । ଏନେଇ ଦୋବଲ ସ୍ଥିତ ମା’ କାଳୀ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକାରୀ ସଭାପତି କୃତିବାସ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସରକାରଙ୍କର କୋଭିଡ଼ ଆଇନ୍‌କୁ ସମ୍ମାନ ଜଣାଇ ନିରାଡ଼ମ୍ବର ପୁର୍ଣ୍ଣ ଭାବରେ ମା’ଙ୍କ ପୂଜା ପାଳନ କରାଯିବବୋଲି କମିଟି ପକ୍ଷରୁ ନିଷ୍ପତି ହୋଇଥିଲେ । ପ୍ରାରମ୍ଭରେ ଶ୍ୟାମାକାଳୀ ପୂଜା କମିଟିର ଅନ୍ୟତମ ସଦସ୍ୟ କାନନ୍ ବିହାରୀ ଦାସ, ସନ୍ତୋଷ ରଥ ଓ ମା’ଙ୍କ ପୂଜକ ପ୍ରଫୁଲ୍ଲ ତ୍ରିପାଠୀ ଅକାଳ ବିୟୋଗ ହୋଇଥିବାରୁ କମିଟି ପକ୍ଷରୁ ୨ମିନିଟ୍ ନିରବ ପ୍ରାର୍ଥନା କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ମିଶ୍ର, ପ୍ରତାପ ସାମଲ, ପ୍ରମୋଦ କୁମାର ନାୟକ, ରବିନ୍ଦ୍ରନାଥ କର, ଗୋରାଙ୍ଗ ଦେହୁରି, ଗୋରାଙ୍ଗ କର, ନକୂଳ ଶାସ୍ତ୍ରୀ, କମଳାକାନ୍ତ ଦାସ, ଆଶିଷ ସାହୁ, ତ୍ରିଦେବ ଜେନା, ପ୍ରତାପ ସ୍ୱାଇଁ, ଆନନ୍ଦ ସ୍ୱାଇଁ, ଯୁଧିଷ୍ଟିର ପାତ୍ର, ପଂଚାନନ ନାୟକ ପ୍ରଭାତ କୁମାର ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ସଦସ୍ୟ ଯୋଗଦେଇଥିଲେ । ଶେଷରେ ସରପଂଚ ବିଷ୍ଣୁଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.