Home ଜିଲ୍ଲା ପରିକ୍ରମା ଧାମନଗର:ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଧାମନଗର:ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

80

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ନିକଟସ୍ଥ ଗାନ୍ଧୀଘାଟ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଧାମନଗର ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ କରୋନା ସମୟରେ ଲୋକଙ୍କୁ ସଚେତନତା କରିବା ପାଇଁ ମାସ୍କ ବଂଟନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମାସେ ବ୍ୟାପୀ ମାସ୍କ ବଂଟନ ସହିତ ସଚେତନ କାର୍ଯ୍ୟକ୍ରମ ଦଳ ପକ୍ଷରୁ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି, ବିବିସିସି ସଭାପତି ରଘୁନାଥ ଲେଙ୍କା, ସମିତି ସଭ୍ୟ ପ୍ରଦୀପ ମଲ୍ଲିକ ଓ ହରେକୃଷ୍ଣ ପାଢୀ, ସାଂସଦ ପ୍ରତିନିଧି ନାରାୟଣ ସାହୁଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ମିଡିଆ ସେଲ ଅଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର, ପୂର୍ବତନ ସରପଂଚ ସୁଶାନ୍ତ ନାୟକ, ପୂର୍ବତନ ସମିତିସଭ୍ୟ ନିମାଁଇ ସାହୁ, ଅନିଲ ଦାସ, କିଷାନ ରାଉତ, କୃଷ୍ଣଚନ୍ଦ୍ର ପତି, ସନ୍ତୋଷ ରାୟ, ସନ୍ତୋଷ ଦାସ, ମାନସ ରାଉତ, ଅଖୁଜା ପଣ୍ଡା, ପ୍ରଦୀପ ପଣ୍ଡାଙ୍କ ସମେତ ଅନେକ ଦଳୀୟ କର୍ମୀ ଯୋଗଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ଧାମନଗର ବ୍ଲକ କଂଗ୍ରେସ ପକ୍ଷରୁ କାର୍ଯ୍ୟାଳୟ ଠାରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଜୋନ ସଭାପତି ପ୍ରସନ୍ନ କୁମାର ଧଳଙ୍କ ସଭାପତିତ୍ୱରେ ପିସିସି ସଦସ୍ୟ ହୃଦାନନ୍ଦ ସେଠୀ, ବାବା ହରେକୃଷ୍ଣ ସେଠୀ, ପ୍ରମୋଦ କୁମାର ସ୍ୱାଇଁ, ମନୋଜ ଭୂୟାଁ, ଚିନ୍ତାମଣି ବାରିକ, ହରେକୃଷ୍ଣ ଦେବତା, ସେକ ଅବଦୁଲ ରୁପ, କମଳାକାନ୍ତ ତ୍ରିପାଠୀ, ରବୀନାରାୟଣ ଜେନା, ଦେବାଶିଷ ସାମଲ, ପ୍ରମିଳା ସେଠୀ ପ୍ରମୁଖ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଦେଶ ପ୍ରତି ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ଜିଲା ପରିଷଦ ସଭ୍ୟ ସୁରଥ ସେଠୀଙ୍କ ସଭାପତିତ୍ୱରେ ପରିଷଦର ସାଧାରଣ ସମ୍ପାଦକ ଶଚୀକାନ୍ତ ପଣ୍ଡା, ଉପସଭାପତି ଅନିଲ କୁମାର ବାରିକ, ଅଭିମନ୍ୟୁ ମଲ୍ଲିକ, ସେକ ଅବଦୁଲ ହାକିମ, ରାମଚନ୍ଦ୍ର ସାହୁ, କୈଳାସ ଗୁପ୍ତା, ସେକ ଜିଲାନୀ, ପ୍ରହ୍ଲାଦ ବେହେରା, ନୃସିଂହ ଚରଣ ମଲ୍ଲିକ ଓ ଗୟାଧର ବେହେରା ପ୍ରମୁଖ ଯୋଗଦେଇ ଗାନ୍ଧୀଜୀ ସଂପର୍କରେ ବକ୍ତବ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.