Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ୮ ବଖରା ପୋଡି ପାଉଁଶ

ଅଗ୍ନିକାଣ୍ଡରେ ୮ ବଖରା ପୋଡି ପାଉଁଶ

71

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ପାଟଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଭଣ୍ଡାରିପୋଖରୀ ଦମକଳ ଗାଡି ପହଞ୍ôଚ ନିଆଁକୁ ଆୟତ୍ତ କରିଥିବାବେଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ । ପବିତ୍ର ମୋହନ ଜେନା, ପ୍ରଦୀପ ଜେନା, ଚିତ୍ତରଂଜନ ଦାସ, ପ୍ରମୋଦ ଦାସଙ୍କ ୮ ବଖରା ସଂପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଘରର ସମସ୍ତ ଘରକରଣା ଜିନିଷ, ଧାନ ଚାଉଳ, ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିଥିବା ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳ ବାହିନୀ ଆସି ସଂଗେ ସଂଗେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ସେତେବେଳେକୁ ବହୁତ ଜିନିଷ ପତ୍ର ନଷ୍ଟ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.