Home ଓଡ଼ିଶା ଧାନ ରେ ଲାଗିଲା ରୋଗ ଋଣ ସୁଝିବା ଚିନ୍ତାରେ ଚାଷି

ଧାନ ରେ ଲାଗିଲା ରୋଗ ଋଣ ସୁଝିବା ଚିନ୍ତାରେ ଚାଷି

32

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୧୧- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ପ୍ରାୟ ୯୦ ଭାଗ ଲୋକ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ।  ଅଣଜଳସେଚିତ ପାହାଡିଆ ଜମି ହୋଇଥିବାରୁ ପ୍ରକୃତି ଉପରେ ନିର୍ଭର କରିଥାନ୍ତି । ମୈାସୁମୀ ବାୟୁର ଅନୀୟମିୟତା ଯୋଗୁଁ ଚାଷୀ ଚଳିତ ବର୍ଷ ବିଳମ୍ବ ରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ଧାନ ଫସଲ ପାଚିଲା ସମୟ କୁ ରୋଗପୋକ  ଲାଗିବା ଯୋଗୁଁ ଧାନ ଗଛ ରୁ ବାହାରୀ ପାରୁନାହିଁ ।  ଧାନ ଗଛ ପତ୍ର ସବୁ ସୁଖି ପାଚିବାକୁ ଆରମ୍ଭ କଲାଣି । ଯାହାଫଳ ରେ ଚାଷୀମାନେ ହତାଷ ହୋଇ ପଡୁଥିବା ଦେଖିବାକୁ ମିଳୁଛି । ସେଭଳି ଘଟଣା ଦେଖିବାକୁ ମିଳୁଛି ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ନୂଆ ନନ୍ଦପୁର ଗ୍ରାମ ରେ ।

ଗ୍ରାମର କିଶୋର ଚନ୍ଦ୍ର ଦାଶ , ଗୋପାଳ ଚନ୍ଦ୍ର ଦାଶ ଓ ନିରୂପମା ଆଚାର୍ଯ୍ୟ ଙ୍କ ର ସୁରୁକାବାଡି ମୈାଜା ରେ ଥିବା ୧ ଏକର ଚାଷ ଜମି ରେ ଏଭଳି ରୋଗପୋକ ଲାଗିବା ଯୋଗୁଁ ହତାଷ ହୋଇପଡିଛନ୍ତି । ଏଭଳି ଅନେକ ଚାଷୀଙ୍କର ଅବସ୍ଥା । ବ୍ୟାଙ୍କ ଓ ସାହୁକାର ଙ୍କ ଠାରୁ ଆଣିଥିବା ଋଣ କିପରି ପରିସୋଧ କରିବେ ସେହି ଚିନ୍ତାରେ ଚାଷୀମାନେ । କୃଷୀ ବିଭାଗ ର କ୍ଷେତ୍ର କର୍ମଚାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏ ସର୍ମ୍ପକେ ରଣପୁର କୃଷି ବିଭାଗ ଅଧିକାରୀ ସୁଭେନ୍ଦୁ ସିଂଦେଓ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି  ଧାନ ଜମିରେ ରୋଗପୋକ ଲାଗିବା କଥା ସେହି ଅଂଚଳ ର କ୍ଷେତ୍ର କର୍ମଚାରୀ ରିପୋର୍ଟ କରିନାହାଁନ୍ତି । ତାଙ୍କୁ ଖୁବଶୀଘ୍ର ପଠାଇ ରିପୋର୍ଟ ସଂଗ୍ରହ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.