Home ଓଡ଼ିଶା ମହାବିଦ୍ୟାଳୟର ସମସ୍ୟା କୁ ନେଇ ଉପ ଜିଲ୍ଲାପାଳ ଙ୍କୁ ଭେଟିଲେ ଛାତ୍ରମାନେ

ମହାବିଦ୍ୟାଳୟର ସମସ୍ୟା କୁ ନେଇ ଉପ ଜିଲ୍ଲାପାଳ ଙ୍କୁ ଭେଟିଲେ ଛାତ୍ରମାନେ

33

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୧୧- ନୟାଗଡ ଜିଲ୍ଲା ରଣପୁର ମହାବିଦ୍ୟାଳୟ ୧୯୭୮ -୭୯ ମସିହା ରେ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ସେହି ସମସ୍ୟା ଗୁଡିକର ସମାଧାନ ପାଇଁ ରଣପୁର ଛାତ୍ର ସଂଘ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସମସ୍ୟା ଭିତରେ ରହିଛି ରଣପୁର ମହାବିଦ୍ୟାଳୟ ଖେଳ ପଡିଆ କୁ ମିନି ଷ୍ଟାଡିୟମ୍ ଭାବେ ଘୋଷଣା କରି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଶୁଭ ପକାଇ ଥିଲେ ମଧ୍ୟ ଦେଢ ବର୍ଷ  ବିତି ଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟ ଆରମ୍ଭ ହୋଇନାହିଁ । ସାଇକେଲ ଷ୍ଟାଣ୍ଡ ପିଲା ସଂଖ୍ୟା ଅନୁସାରେ ହୋଇନାହିଁ । ମହାବିଦ୍ୟାଳୟ ଶ୍ରେଣୀ ଗୃହ ଗୁଡିକ ଅପରିଷ୍କାର ରହୁଅଛି । ଶ୍ରେଣୀ ଗୃହ ରେ ବିଦ୍ୟୁତ୍ ଉପକରଣ ଗୁଡିକ  ନଷ୍ଟ ହୋଇଯାଇଛି । ଏପରିକି ଶହ ଶହ ସଂଖ୍ୟା ରେ ଛାତ୍ର ଛାତ୍ରୀ ପ୍ରତିଦିନ ବସ୍ ଯୋଗେ  ଯାତାୟତ କରୁଥିଲେ ମଧ୍ୟ ବସ୍ ଷ୍ଟାଣ୍ଡଟିଏ ନାହିଁ ।

ଯାହାଫଳ ରେ ଖରାବର୍ଷା ରେ ଛାତ୍ର ଛାତ୍ରୀ ମାନେ ବହୁ ହଇରାଣ ହେଉଛନ୍ତି ।  ସର୍ବୋପରି ଅଧ୍ୟାପକ ଅଧ୍ୟାପିକା ମାନେ ଠିକ୍ ସମୟରେ ଶିକ୍ଷାଦାନ ନକରିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢା ସମୟରେ ଏଣେତେଣେ ବୁଲୁଛନ୍ତି ।  ଉପ ଜିଲ୍ଲାପାଳ ଅଭିଯୋଗ ପାଇ ସମସ୍ୟା ସମାଧାନ ସର୍ମ୍ପକ ରେ ଦୃଷ୍ଟି ଦେବେ ବୋଲି କହିଥିବା ଜଣାପଡିଛି । ଏ ସର୍ମ୍ପକେ ରଣପୁର ମହାବିଦ୍ୟାଲୟ ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାୟ ଙ୍କୁ ଯୋଗାଯୋଗ କରିବାରେ କେବଳ ଖେଳ ପଡିଆ ସମସ୍ୟା କୁ ସ୍ୱୀକାର କରି କହିଛନ୍ତି ଯେ ବିଭାଗୀୟ ପୁର୍ତ୍ତ ବିଭାଗ କାର୍ଯ୍ୟ ରେ ଅବହେଳା କରୁଛି । ଅନ୍ୟ ସମସ୍ତ ସମସ୍ୟା କୁ ଅସ୍ୱୀକାର  କରିଥିବା ଜଣାପଡିଛି । ଛାତ୍ର ମାନଙ୍କ ମଧ୍ୟରେ ବିଶ୍ୱଜିତ୍ ମହାନ୍ତି , ଅଭିଜିତ୍ ମିଶ୍ର , ଅସ୍ୱିନୀ ସୁନ୍ଦରା , ସିଧାନ୍ତ  ଦଳବେହେରା , ହ୍ରିଷିକେଶ ରଣସିଂ ଆଦି ଅନେକ ଛାତ୍ର ସାମିଲ୍ ହୋଇଥିଲେ । ସମସ୍ୟା ଗୁଡିକ ସମାଧାନ ନହେଲେ ଛାତ୍ର ଅଶାନ୍ତି ବ୍ୟାପିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.