Home ଜିଲ୍ଲା ପରିକ୍ରମା ପୁରୀ ପୌରପାଳିକା ପକ୍ଷରୁ ନୂତନ ଭାବେ ଲାଗୁ ହେବାକୁ ଯାଉଥିବା ୟୁଜର ଫି କୁ ବିରୋଧ

ପୁରୀ ପୌରପାଳିକା ପକ୍ଷରୁ ନୂତନ ଭାବେ ଲାଗୁ ହେବାକୁ ଯାଉଥିବା ୟୁଜର ଫି କୁ ବିରୋଧ

24

ପୁରୀ ୧୧ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ପୌରପାଳିକା ପକ୍ଷରୁ ନୂତନ ଭାବେ ଲାଗୁ ହେବାକୁ ଯାଉଥିବା ୟୁଜର ଫି କୁ ବିରୋଧ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ନୂଆ ୟୁଜର ଫି ପ୍ରତ୍ୟାହାର ଦାବିରେ ପୌର ପାଳିକା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି। ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ପୁରୀ ପୌର ପ୍ରଶାସନ ଲୋକଙ୍କୁ ସେବା ଦେବା ବଦଳରେ ଟିକସ ଲଦୁଛି। ସହରରେ ଅଳିଆ ସଂଗ୍ରହ ପାଇଁ ନିୟୋଜିତ ଗାଡି ର ରକ୍ଷଣାବେକ୍ଷଣ ଓ କର୍ମଚାରୀ ଙ୍କ ଦରମା ପାଇଁ ଲୋକ ଙ୍କ ଉପରେ ୟୁଜର ଫି ଲଗାଯାଇଛି। ଯେତେବେଳେ କି ଲୋକ ଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପୌର ପାଳିକା ହୋଲଡିଂ ଟ୍ୟାକ୍ସ ନେଉଛି। ହୋଲଡିଂ ଟ୍ୟାକ୍ସ ନେଇ ପୁରୀ ସହର ବାସୀ ଙ୍କୁ ଉପଯୁକ୍ତ ସେବା ପୌର ପ୍ରଶାସନ ପ୍ରଦାନ ରେ ବିଫଳ ହୋଇଥିବା ବେଳେ ପୁଣି ଅଳିଆ ସଂଗ୍ରହ ନାଁ ରେ ଲୋକ ଙ୍କ ଠାରୁ ୟୁଜର ଫି ଲାଗୁ କରିବା ବେଆଇନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ତୁରନ୍ତ ପୁରୀ ପୌର ପାଳିକା ୟୁଜର ଫି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଦୃଢ଼ ବିରୋଧ ଓ ଆନ୍ଦୋଳନ ହେବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.