Home ଜିଲ୍ଲା ପରିକ୍ରମା କାଳୀ ପୂଜା ପୂର୍ବରୁ ରାସ୍ତାକାମ ସାରିବାକୁ ଦାବୀ

କାଳୀ ପୂଜା ପୂର୍ବରୁ ରାସ୍ତାକାମ ସାରିବାକୁ ଦାବୀ

0

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଉ ମାସେ ରହିଲା ଓଡିଶା ପ୍ରସିଦ୍ଧ ଭଦ୍ରକ କାଳୀ ପୂଜାକୁ। ଭଦ୍ରକ କାଳୀ ପୂଜା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବ ହେଲେ ୧୬ନମ୍ୱର ଜାତୀୟ ରାଜପଥର ତିଶଳପୁର ଠାରୁ ଧାମରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା କାମ ନ ସରିଲେ ଦୁର୍ଘଟଣାରେ କେତେ ଯେ ମୁଣ୍ଡ ଗଡିବ ତା କହିବା ମୁସ୍କିଲ। ସୂଚନା ଅନୁସାରେ ଗତ ଦୁଇ ବର୍ଷ ତଳୁ ଆରମ୍ଭ ହୋଇଛି ତିଶଳପୁର ରୁ ଧାମରା ବ୍ରିଜ ମଧ୍ୟରେ ଦୁଇଟି ଗଳା ପୋଲ। ଯାହାକି ଆଜକୁ ଦୁଇମାସ ହେବ କାମ ସରିଗଲାଣି। ପୋଲ ଉପରେ ଗାଡି ଯାତାୟାତ କରୁଛି। ହେଲେ ପୋଲ ଉପରେ ପିଚ ହୋଇ ନଥିବା ଯୋଗୁ ରାସ୍ତା ଭରି ଗାଡ଼ ଆଉ ଗାଡ଼। ସେଥିରୁ ବର୍ତିବା ପାଇଁ ଗାଡି ଗୁଡିକ ଡାଇଭର୍ସନରେ ଯିବା ଆସିବା କରିବା ଫଳରେ ସେଠି ମଧ୍ୟ ଆଣ୍ଠୁଏ ଲେଖାଏଁ ଗାଡ଼। ବର୍ଷା ହେଲେ ଗାତ ରେ ପାଣି ଜମି ଦୁର୍ଘଟଣାକୁ ନିମନ୍ତ୍ରଣ କରୁଥିବା ବେଳେ ବର୍ଷା ନ ହେଲେ ଅତିରିକ୍ତ ଧୂଳି ଓଡି ପରିବେଶକୁ ପୁରା ଧୂଆଁଳିଆ କରି ଦେଉଛି। ଯାହାକି କେବଳ ଯାତ୍ରୀଙ୍କ ଯିବା ଆସିବାରେ ଅସୁବିଧା ହେଉ ନାହିଁ ସ୍ଥାନୀୟ ବାସିନ୍ଦାଙ୍କୁ ଏକ ରକମର ଘର ମଧ୍ୟରେ ବନ୍ଦୀ କରି ରଖୁଛି। ଯଦିବା ଠିକାଦାର କମ୍ପାନୀ ଦିନରେ ଥରେ ଅଧେ ପାଣି ଛିଂଚୁଛି ତାହା ପୁଣି ଅଳ୍ପ ସମୟ ପରେ। ଆଗକୁ କାଳୀ ପୂଜା ଆସୁଥିବାରୁ ଲୋକାଲ ରାସ୍ତା ସହ ପୋଲ ଉପର ରାସ୍ତା ପିଚୁ କରାଯିବା ସହ ପୋଲ ଉପରେ ନିୟମିତ ଗାଡି ଚାଲିବା ଉପରେ ଗୁରୁତ୍ୱ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.