Home ଓଡ଼ିଶା ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ; ଛାଡ଼ୁ ନାହାଁନ୍ତି ଓଡ଼ିଶା !

ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ; ଛାଡ଼ୁ ନାହାଁନ୍ତି ଓଡ଼ିଶା !

776

ଭୁବନେଶ୍ୱର: ଖୁବ୍ ଶୀଘ୍ର ହେବ ବିଜେପି ରାଜ୍ୟ ସଭାପତି ନିର୍ବାଚନ।ନିର୍ବାଚନ ନୁହେଁ, ସହମତିରେ ହେବ ରାଜ୍ୟ ସଭାପତି ଚୟନ ବୋଲି ବିଜେପି ପକ୍ଷରୁ କୁହାଯାଉଛି।ଜିଲ୍ଲା ସଭାପତି ନିର୍ବାଚନ ବାବଦରେ ମଧ୍ୟ ସମାନ କଥା କୁହାଯାଇଥିଲା।କିନ୍ତୁ, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ଚୟନ ହୋଇ ପାରିଲା ନାହିଁ।୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୩୪ଟି ଜିଲ୍ଲାର ସଭାପତି ନିର୍ବାଚନ ସରିଛି।ତେବେ ସହମତି ଅଭାବରୁ ଉପରୋକ୍ତ ଦୁଇଟି ସାଙ୍ଗଠନିକ ଜିଲ୍ଲା ସଭାପତି ଚୟନ ହୋଇପାରିଲା ନାହିଁ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କାରଣରୁ ଭୁବନେଶ୍ୱରରେ ଏବଂ ଏବେକାର ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକଙ୍କ ମଧ୍ୟରେ ପ୍ରଭାବ ବିସ୍ତାର ପ୍ରତିଯୋଗିତା କାରଣରୁ କଳାହାଣ୍ଡି ଜିଲ୍ଲା ସଭାପତି ଚୟନ ପାଇଁ ସହମତି ହୋଇପାରିଲା ନାହିଁ।ଏଠି ତଳ ସ୍ତରର ନେତା ସିନା ବୁଝିଗଲେ।କିନ୍ତୁ, ଅବୁଝା ରହିଗଲେ ସବୁ ବଡ଼ ନେତୃତ୍ୱ!

ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?

ଗତ ଥର ପରି ଏଥର ସମସ୍ତ ଜିଲ୍ଲା ସଭାପତି ଚୟନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଛା ଅନୁଯାୟୀ ହୋଇପାରି ନାହିଁ ବୋଲି କୁହାଯାଉଛି।ଜିଲ୍ଲା ସଭାପତି ଚୟନରେ ଏଥର ନିଜ ନିଜ ଅଞ୍ଚଳରେ ଅନ୍ୟ କିଛି ରାଜ୍ୟ ସ୍ତରୀୟ ନେତୃତ୍ୱଙ୍କ ପ୍ରଭାବ କାମ କରିଛି।ତେଣୁ ସେହି ସମାନ କଥା ହୋଇ ସମସ୍ତଙ୍କ ସହମତିରେ ସଭାପତି ଚୟନ ହେବ, ନାଁ ଗତ ଥର ପରି ସଲାସୂତରା ହୋଇ ଧର୍ମେନ୍ଦ୍ରଙ୍କ ପ୍ରୋଜେକ୍ଟ ପାର୍ଥି ହିଁ ସଭାପତି ହେବେ ତାହାକୁ ନେଇ ଶଙ୍କା ଉପୁଜିଛି।ସମୀର ମହାନ୍ତି ଧର୍ମେନ୍ଦ୍ରଙ୍କ ପ୍ରଥମ ପ୍ରୋଜେକ୍ଟେଡ୍ ବୋଲି କୁହାଯାଇ ଆସୁଅଛି।ଏବେ ମଧ୍ୟ ଧର୍ମେନ୍ଦ୍ର ଏବଂ ତାଙ୍କ କ୍ୟାମ୍ପ ପକ୍ଷରୁ ସମୀରଙ୍କୁ ଯେଉଁ ପରି ପ୍ରାଧ୍ୟାନ ଦିଆ ଯାଉଛି, ସେହିପରି କିଛି ଅନୁଭବ ହେଉଛି।କିନ୍ତୁ ତୃଣମୂଳ ସ୍ତରରୁ ସଙ୍ଗଠନ ଉପରେ ସ୍ତର ଯାଏଁ ସମୀର ମହାନ୍ତିଙ୍କୁ ଅନେକ ଚାହୁଁନାହାଁନ୍ତି।ଏଣେ ରାଜ୍ୟର ଅଧ ଡଜନରୁ ଅଧିକ ନେତା ରାଜ୍ୟ ସଭାପତି ପାଇଁ ଆଶାୟୀ ଥିବା ଜଣାପଡ଼ୁଛି।ଯିଏ ଯାହା ବାଟରେ ଦିଲ୍ଲୀ ଲବି ଯାଏଁ ମଧ୍ୟ ଅଛନ୍ତି।ତେଣୁ ପରିସ୍ଥିତି ଯାହା, ଯଦି ଧର୍ମେନ୍ଦ୍ରଙ୍କ ପ୍ରୋଜେକ୍ଟେଡ୍ ସମୀର ମହାନ୍ତିଙ୍କ କଥା ବିଫଳ ହୁଏ, ତେବେ ଧର୍ମେନ୍ଦ୍ର ତୁରନ୍ତ ଚାଲ୍ ଚେଞ୍ଜ କରି ଅପେକ୍ଷାକୃତ ତାଙ୍କ ପାଇଁ ଚଳନିୟ ନେତାଙ୍କୁ ସଭାପତି କରାଇବା ଯୋଜନାରେ ନିଜ ଆଡ଼ୁ ସାମ୍ଭାବ୍ୟ ନେତାଙ୍କ ନାମ ପ୍ରସ୍ତାବ ଦେଇ ତାଙ୍କର ପ୍ରଭାବ କାମ କରୁଛି ବୋଲି ଦେଖାଇବାକୁ ଚାହିଁବେ ବୋଲି କୁହାଯାଉଛି।ବୋଧେ ଏଥିପାଇଁ ଏବେ ସେ ନିଜର ଶକ୍ତି ପ୍ରଦର୍ଶନରେ ଲାଗି ପଡ଼ିଛନ୍ତି।ଏବେ କିଛି ଦିନ ହେଲା ବିଶେଷତଃ ସାଧାରଣ ନିର୍ବାଚନ ଏବଂ ବିଜେପୁର ନିର୍ବାଚନରେ ଚରମ ବିଫଳତା ପରେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶା କାର୍ଯ୍ୟକ୍ରମରେ ସେତେଟା ଦେଖାଯାଉ ନଥିଲା।କିଛିଦିନ ହେଲା ଓଡ଼ିଶା କାର୍ଯ୍ୟକ୍ରମରେ ଜଡ଼ିତ ରହୁ ନଥିବା ଧର୍ମେନ୍ଦ୍ର, ଏବେ ଠିକ୍ ରାଜ୍ୟ ସଭାପତି ନିର୍ବାଚନ ପୂର୍ବରୁ ହଠାତ୍ ସକ୍ରିୟ ହୋଇ ପଡ଼ିଛନ୍ତି।ଓଡ଼ିଶାରେ ଏବେ ତାଙ୍କର ଘନଘନ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି।ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମରେ ଜିଲ୍ଲାକୁ ଜିଲ୍ଲା ଘୁରି ବୁଲୁଛନ୍ତି ଧର୍ମେନ୍ଦ୍ର।ସତେ ଯେପରି ଓଡ଼ିଶା ଛାଡ଼ିବାକୁ ଆଉ ମନ ନାହିଁ!ଏସବୁ କେବଳ ରାଜ୍ୟ ବିଜେପିରେ ନିଜର ପ୍ରଭାବ ଜାହିର କରିବା ପାଇଁ ଚାଲିଛି ବୋଲି କୁହାଯାଉଛି।/-ଦେବଦତ୍ତ ରଥ

ମିଶ୍ରଣ ନାମରେ ଅପମିଶ୍ରଣ: ଧର୍ମେନ୍ଦ୍ରଙ୍କୁ ବାଜିଲା ଦାମବାଣ; ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ଉଜ୍ଜ୍ୱଳା!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.