Home ଓଡ଼ିଶା ରଣପୁର ତହସିଲ୍‌ଦାରଙ୍କ ବ୍ୟାପକ ଚଢାଉ………. ଚୋରା ଚାଲାଣକାରୀ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ

ରଣପୁର ତହସିଲ୍‌ଦାରଙ୍କ ବ୍ୟାପକ ଚଢାଉ………. ଚୋରା ଚାଲାଣକାରୀ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ

367

ନୟାଗଡ/୦୪/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ବ୍ୟାପକ ଚୋରା ଲଘୁଜାତ ଖଣିଜ ପଦାର୍ଥର କାରବାର ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲା । ସରକାର ରାଜସ୍ୱ ହରାଇବା ଯୋଗୁଁ ଘୋର କ୍ଷତି ସହୁଥିଲେ । ତେଣୁ ଜିଲ୍ଲାପାଳଙ୍କ ତରଫରୁ ଚଢାଉ ପାଇଁ ନିର୍ଦ୍ଧେଶ ଆସିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ ରଣପୁର ତହସିଲ୍‌ଦାର ସୁଶାନ୍ତ କୁମାର ପତି ଏକ ସ୍କ୍ୱାର୍ଡ ଗଠନ କରି ଚଢାଉ ଆରମ୍ଭ କରିଥିବା ଜଣା ପଡିଛି । ଯାହା ଫଳରେ ଗତ ଜାନୁୟାରୀ ୩ ତାରିଖରେ ୩ଗୋଟି ମେଣ୍ଟାଲ ବୋଝେଇ ହାଇୱା ଗାଡିକୁ ଜବତ କରିଥିବା ଜଣା ପଡିଛି । ୨ଟି ହାଇୱା ଗାଡି ଦର୍ପନାରାୟଣପୁର ଠାରେ ଜବତ କରିଥିବା ବେଳେ ଗୋଟିଏ ହାଇୱା ଗାଡି ସାନଗଡ ଠାରେ ଜବତ କରିଥିବା ଜଣା ପଡିଛି । ଗୋଟିଏ ଚିପ୍ସ ବୋଝେଇ ମିନି ଟ୍ରକ୍ ଓ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ମଧ୍ୟ ଜବତ କରିଥିବା ଜଣା ପଡିଛି । ଏହି ବ୍ୟାପକ ଚଢାଉ ଫଳରେ ଚୋରା କାରବାର ଚଲାଇ ଚୋରା ଚାଲାଣ କରୁଥିବା ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏ ସମ୍ପର୍କେ ତହସିଲ୍‌ଦାର ସୁଶାନ୍ତ କୁମାର ପତିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଏହି ହାଇୱା ଗାଡିରେ ଥିବା ମେଣ୍ଟାଲ ଗୁଡିକ ଦଶପଲ୍ଲା ଅଂଚଳରୁ ରଣପୁର ଦେଇ ଚାଲାଣ ହେଉଥିଲା ।ରଣପୁର ଅଂଚଳରୁ ଚୋରା ଚାଲଣ କରାଯାଉଥିବା ମାଙ୍କଡା ପଥରଠାରୁ ବାଲି ପର୍ଯ୍ୟନ୍ତ ଆଗକୁ ବ୍ୟାପକ ଚଢାଉ କରାଯିବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.