Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ, ସରସଦା ଓ ମଞ୍ଜୁରୀରୋଡରେ ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା

ଭଣ୍ଡାରିପୋଖରୀ, ସରସଦା ଓ ମଞ୍ଜୁରୀରୋଡରେ ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା

21

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ଶାରଦୀୟ ମହାସପ୍ତମୀ ପୂଜା ଗତକାଲି ଠାରୁ ଅନୁଷ୍ଠିତ ହୋଇଛି । ଭଣ୍ଡାରିପୋଖରୀ ବଜାର ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହୋଇଛି । ଶିଳ୍ପୀ ମହେନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ନିର୍ମିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀକୁ ପୂଜକ ନାରାୟଣ ଚନ୍ଦ୍ର ମିଶ୍ର (ବାହୁଡାନା) ସାଥି ସୁରେନ୍ଦ୍ର ଦାଶ ଓ ସୀତାକାନ୍ତ ମିଶ୍ରଙ୍କ ଦ୍ୱାରା ପୂଜାକାର୍ଯ୍ୟ । କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ସନ୍ତୋଷ କୁମାର ନାୟକ ଓ ପତ୍ନୀ ଝରଣାରାଣୀ କର୍ତ୍ତା ଓ କର୍ତ୍ତୀ ଦାଇତ୍ୱ ତୁଲାଇଛନ୍ତି । ଗଙ୍ଗାଧର ପଣ୍ଡା, ମଣ୍ଟୁ ସାମଲ, ଶୁଭେନ୍ଦୁ ମିଶ୍ର, ଶଶଧର ସାହୁ, ଅଭୟ ସାହୁ, ଚଗଲା ସେନାପତି, ଦିଲ୍ଲିପ ସାମଲ, ହର ପରିଡା, ମଇନ ସାହୁ, ମଧୁ ନାୟକ ପ୍ରମୁଖ କର୍ମକର୍ତ୍ତା ପୂଜାକାର୍ଯ୍ୟ ତତ୍ୱାବଧାନ କରୁଛନ୍ତି । ସରସଦା ଠାରେ ଗ୍ରାମ୍ୟଶିଳ୍ପୀ ଲକ୍ଷ୍ମୀଧର ଦାସଙ୍କ ଦ୍ୱାରା ନିର୍ମିତ ମୃଣ୍ମୟୀ ମୂର୍ତ୍ତୀଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ବୁଦ୍ଧିରାମ ସ୍ୱାଇଁ ଓ ପତ୍ନୀ ମାନସୀ ସ୍ୱାଇଁ କର୍ତ୍ତା ଓ କର୍ତ୍ତୀ ଦାଇତ୍ୱ ତୁଲାଉଥିବା ବେଳେ ପୂଜକ ନିଗମାନନ୍ଦ ମିଶ୍ର, ରାମଚନ୍ଦ୍ର ପତି, ମଙ୍ଗରାଜ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ପୂଜା କମିଟି ପକ୍ଷରୁ ବିକାଶ କୁମାର ସ୍ୱାଇଁ, ଗଦାଧର ସ୍ୱାଇଁ, ଅଶୋକ ନାୟକ, ସଞ୍ଜୟ ସ୍ୱାଇଁ, ଗୋକୁଳି ସାହୁ, ବଳରାମ ପଣ୍ଡା ପ୍ରମୁଖ ପୂଜା ଦାଇତ୍ୱ ତୁଲାଉଥିବା ଜଣାଯାଇଛି । ସେହିପରି ବ୍ଲକର ମଞ୍ଜୁରୀରୋଡ ବଜାର ଦୁର୍ଗାମଣ୍ଡପରେ ମା’ଦୁର୍ଗାଙ୍କ ମହାସପ୍ତମୀ ପୂଜା ପାଳିତ ହୋଇଯାଇଛି । ମନୋଜ ସାହୁ ଓ ପତ୍ନୀ କୁସୁମଲତା କର୍ତ୍ତା ଓ କର୍ତ୍ତୀ ଦାଇତ୍ୱ ତୁଲାଇଛନ୍ତି । ପୂଜକ ଚୌଧୁରୀ ଭରତ ନନ୍ଦ ଓ ରଞ୍ଜନ ପତି ପ୍ରମୁଖ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି ଉପଲକ୍ଷେ ମଞ୍ଜୁରୀରୋଡ ତାରେଣୀ ମନ୍ଦିରରେ ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.