Home ଜିଲ୍ଲା ପରିକ୍ରମା ଦୋବଲ ପଂଚାୟତର ନୂଆ ପୁରୁଣା କାମକୁ ନେଇ ବଢୁଛି ବିବାଦ, ପଡ଼ିରହିଛି ବହୁ ଅଧପନ୍ତରିୟା କାର୍ଯ୍ୟ

ଦୋବଲ ପଂଚାୟତର ନୂଆ ପୁରୁଣା କାମକୁ ନେଇ ବଢୁଛି ବିବାଦ, ପଡ଼ିରହିଛି ବହୁ ଅଧପନ୍ତରିୟା କାର୍ଯ୍ୟ

26

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ଓ ବିଜେଡ଼ି ଦଳ କର୍ମୀ ମାନଙ୍କ ମଧ୍ୟରେ ସେତେ ଉତ୍ସାହ ବଢିଚାଲିଛି । ତେବେ ଆଚରଣବିଧି ଲାଗୁହେବା ପୂର୍ବରୁ ବିଧାୟକ ବିଷ୍ଣୁ ସେଠୀ ଓ ପଂଚାୟତ ସମତିି ଅଧ୍ୟକ୍ଷ ଅଶୋକ କୁମାର ନାୟକ ସେମାନଙ୍କ ନିଜ ସମର୍ଥକ ଓ ଦଳୀୟ କର୍ମୀ ମାନଙ୍କୁ ନେଇ ଶିଳାନ୍ୟାସ ଉଦ୍‌ଘାଟନ କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ଦୀର୍ଘବର୍ଷ ଧରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ଅନେକ କାର୍ଯ୍ୟକୁ ଏଡ଼ାଇଦେଇ ପଳାଉଛନ୍ତି । ଦୋବଲ ପଂଚାୟତର ନୂତନ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ପାଂଚବର୍ଷ ବିତିଗଲା ଇଟାଖଣ୍ଡେ ମଧ୍ୟ ଯୋଡ଼ା ହୋଇପାରିଲାନାହିଁ । କିନ୍ତୁ ସେହି କାର୍ଯ୍ୟକୁ ନେଇ ଉଭୟ ଗୋଷ୍ଠୀ ଓ ଗାଁ ଗାଁ ମଧ୍ୟରେ ତିକ୍ତତା ବଢିଛି । ସେହିପରି ଉକ୍ତ ପଂଚାୟତର ସୋଧ ଯେନାସାହିର ଏକ କୀର୍ତ୍ତନ ମଣ୍ଡପର ମରାମତି କାର୍ଯ୍ୟକୁନେଇ ଉଭୟ ବିଜେପି ଓ ବିଜେଡ଼ି କର୍ମୀଙ୍କ ମଧ୍ୟରୁ ଗଣ୍ଡଗୋଳଲାଗିବା ସହ ଏନେଇ ଥାନାରେ ମଧ୍ୟ ପୃଥକ ପୃଥକ ୪୦ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ହେଲେ କୀର୍ତ୍ତନମଣ୍ଡପ ମରାମତି ନହୋଇ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ସୂଚନା ଥାଉକି ଉକ୍ତ ମଣ୍ଡପର ପୁନରୁଦ୍ଧାର ପାଇଁ ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ସ୍ଥାନୀୟ ସରପଂଚ ପାଣ୍ଠିରୁ ପ୍ରାୟ ୪ଲକ୍ଷଟଙ୍କା ଦିଆଯାଇଥିବାବେଳେ ସେଥିରେ କିଛି ଅଂଶକାମ ହୋଇଥିବାବେଳେ ଉକ୍ତ ଅର୍ଥର ଅବଶିଷ୍ଟ କାର୍ଯ୍ୟ ସରିନଥିବାବେଳେ ସେହି କାମଉପରେ ପୁଣି ବିଧାୟକ ବିଷ୍ଣୁ ସେଠୀଙ୍କ ହାତପାଣ୍ଠିରୁ ମରାମତି ପାଇଁ ପୁଣି ୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ଯାହାକୁ ନେଇ ବିବାଦ ଧିରେ ଧିରେ ବଢିଛି ।

ସେହିପରି କୋଳେଇପଦା ଯେନାସାହି କୀର୍ତ୍ତନ ମଣ୍ଡପ ଏହା ଉକ୍ତ ଗ୍ରାମର ପୁରାତନ କୀର୍ତ୍ତନ ମଣ୍ଡପ । ତତ୍କାଳୀନ ରାଜ୍ୟସଭା ସାଂସଦ ମନମୋହନ ସାମଲ ଏବଂ ଗ୍ରାମବାସୀଙ୍କ ଉଦ୍ଦ୍ୟମ ଫଳରେ ଉକ୍ତ କୀର୍ତ୍ତନ ମଣ୍ଡପ ତିଆରି କରାଯାଇଥିଲା । ତେବେ ଦୀର୍ଘବର୍ଷ ପରେ ଉକ୍ତ କୀର୍ତ୍ତନ ମଣ୍ଡପଟି ଅସୁରକ୍ଷିତ ଓ ବିପଦ ସଂକୂଳ ଅବସ୍ଥାରେ ପଡ଼ିରହିଥିଲା । ଏପରିକି ଉକ୍ତ ମଣ୍ଡପ ଛାତଉପରେ ଏକ ଗଛପଡ଼ି ଏହି ଛାତଟି ମଧ୍ୟ ଅସୁରକ୍ଷିତ ହୋଇପଡ଼ିଥିଲା । ଧିରେ ଧିରେ ରାସ୍ତା ଉଚତା ବୃଦ୍ଧି ହୋଇଥିବାରୁ ମଧ୍ୟ ଉକ୍ତ କୀର୍ତ୍ତନ ମଣ୍ଡପରେ ସବୁବେଳେ ବର୍ଷାପାଣି ପଶି ସେଠାରେ ପରିବେଶକୁ ଦୁସିତ କରୁଥିଲା । ଏହାକୁ ନେଇ ବ୍ଲକ ପକ୍ଷରୁ ୟାସରୁ୧ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା ସେଥିରେ ବ୍ଲକରୁ ଫାଇଲ ଖୋଲାଯାଇନଥିବାରୁ ପରବର୍ତ୍ତି ସମୟରେ ବିଧାୟକ ବିଷ୍ଣୁ ସେଠୀଙ୍କ ହାତ ପାଣ୍ଠିରୁ ୪ଲକ୍ଷ ଟଙ୍କା ଅନୁଦାନ ଦିଆଯାଇ ଉକ୍ତ ମଣ୍ଡପର ପୁନରୁଦ୍ଧାର କରାଯାଉଥିବାବେଳେ ଏହି କାର୍ଯ୍ୟକୁ ନେଇ ଉଭୟ ବିଜେପି ଓ ବିଜେଡ଼ି ମଧ୍ୟରେ ତୁ ତୁ ମେଁ ମେଁ କଳିଲାଗିଛି । ଏ ସମ୍ପର୍କରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁହନ୍ତି ଉକ୍ତ କୀର୍ତ୍ତନ ମଣ୍ଡପ ପାଇଁ ମରାମତି ଉଦ୍ଦେଶ୍ୟରେ ବିଧାୟକ ପାଣ୍ଠିରୁ ୪ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବାର ସୁଚନା ମିଳିଛି । ତେବେ ବିବାଦୀୟ ଘଟଣା ସମ୍ପର୍କରେ ମୋ ପାଖରେ କୌଣସି ସେପରି ସୂଚନା ନାହିଁ । ଦୀର୍ଘ ବର୍ଷହେବ ଉକ୍ତ କୀର୍ତ୍ତନ ମଣ୍ଡପଟି ଅସୁରକ୍ଷିତ ଥିବାରୁ ବିଧାୟକ ଶ୍ରୀ ସେଠୀ ମରାମତି ପାଇଁ ୪ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀ ସେଠୀଙ୍କୁ କୃତଜ୍ଞତା ଜଣାଯାଇଛି । ଅପରପକ୍ଷେ ଉକ୍ତ ମଣ୍ଡପଟି ଭଲଥିଲା ରାଜନୈତିକ କରଣ କରି ମଣ୍ଡପଟିକୁ ଭାଙ୍ଗିଦିଆଯାଇଛି ବୋଲି କେତେକ ବ୍ୟକ୍ତି ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.