Home ଜିଲ୍ଲା ପରିକ୍ରମା ତହସିଲଦାରଙ୍କୁ ଅଟକ ରଖିବା ଅଭିଯୋଗରେ ମାମଲା ଋଜୁ

ତହସିଲଦାରଙ୍କୁ ଅଟକ ରଖିବା ଅଭିଯୋଗରେ ମାମଲା ଋଜୁ

33

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ ଆଜି ଥାନାରେ ଗତ ବୁଧବାର ସନ୍ଧ୍ୟାରେ ଅଟକ କରାଯିବା ବିରୋଧରେ ଅଭିଯୋଗ କରିଛନ୍ତି । ତହସିଲଦାର, ଅତିରିକ୍ତ ତହସିଲଦାର ସତ୍ୟ ଧଳ, ରାଜସ୍ୱ ନୀରିକ୍ଷକ ଆଶୁତୋଷ ଦାସ, ସଞ୍ଜିବ କୁମାର ବାରିକ ଓ ତହସିଲଦାରଙ୍କ ବୋଲେରୋକୁ ସ୍ଥାନୀୟ ବଜାର ଜାତୀୟ ରାଜପଥର ଗଳାପୋଲ ତଳେ ବେଆଇନ ବାଲିବୋଝେଇ ହାଇୱାକୁ ଜବତ କରିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ସ୍ଥାନୀୟ କେତେକ ବ୍ୟକ୍ତି ତହସିଲଦାରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଟକ ରଖି ଗାଡିର କାଗଜପତ୍ର ଯାଞ୍ଚ କରିବାକୁ ଅଡିବସିଥିଲେ । ଏହା ଦ୍ୱାରା ରାଜପରେ ବେଆଇନ ଭାବେ ପରିବହନ କରାଯାଉଥିବା ଲଘୁଖଣିଜ ପଦାର୍ଥ ତନଖିରେ ଯୋଜନାବଦ୍ଧ ଭାବେ ବାଧା ସୃଷ୍ଟି କରାଯାଇଥିଲା । ଏହି ଘଟଣାରେ ଭଣ୍ଡାରିପୋଖରୀ ବ୍ଲକ ଚାଳକ ଆସୋସିଏସନ ସଭାପତି ଏକବୋଲା ଗ୍ରାମର ଅଭି, ତେରେଣ୍ଡିଆ ଗ୍ରାମର କାଳିଆ, ତୁଳସୀପୁର ଗ୍ରାମର ଧନୀ, ତୁରତ ଗ୍ରାମର ଧନିଆ, ଦକ୍ଷିଣବାଡ ଗ୍ରାମର ବାଇଆ, ମୋବାରକପୁର ଗ୍ରାମର ପତି ଓ ଅନ୍ୟମାନେ ବେଆଇନ ପରିବହନକାରୀ ଲଘୁଖଣିଜ ପଦାର୍ଥ ଯାନଗୁଡିକୁ ଅତିକ୍ରମ କରାଇଦେବା ଲକ୍ଷ୍ୟରେ ଏଭଳି କାର୍ଯ୍ୟ କରିଥିଲେ ବୋଲି ଅ÷ଭିଯୋଗରେ ଦର୍ଶାଯାଇଛି । ଏଥିନେଇ ପ୍ରସ୍ତୁତ ଭିଡିଓ ପ୍ରମାଣ ଭାବେ ଥାନାକୁ ପଠାଯାଇଛି ।

ପୁଲିସ ପକ୍ଷରୁ ୩୯୮/୨୧ ନଂ ମାମଲା ଋଜୁ କରାଯାଇଛି । ଅନ୍ୟପକ୍ଷରେ ଘଟଣାର ମୁଖ୍ୟ ଓଡି ୨୨ କ୍ୟୁ ୯୯୧୧ ନଂ ହାଇୱା ଗାଡି ପକ୍ଷରୁ ୨୭ହଜାର ଜରିମାନା ଆଦାୟ କରାଯାଇ ଛାଡିଦିଆଯାଇଛି ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ବେଆଇଡ଼ ବାଲି ପରିବହନକାରୀ ହାଇୱା ଗାଡିକୁ ଧରିବାକୁ ଯାଇ ତହସିଲଦାର ହଟହଟା ହୋଇଥିବା ଜଣାଯାଇଛି । ଆଖୁଆପଦା ନିକଟରେ ବେଆଇନ ବାଲି ଚାଲାଣକୁ ରୋକିବାକୁ ଉପସ୍ଥିତ ଥିବା ଅତିରିକ୍ତ ତହସିଲଦାର ସତ୍ୟ ଧଳ ବୁଧବାର ସନ୍ଧ୍ୟାରେ ଓଡି ୨୨ କ୍ୟୁ ୯୯୧୧ ହାଇୱାକୁ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସଂପୃକ୍ତ ହାଇୱା ଦ୍ରୁତବେଗରେ ପଳାଇଯିବାକୁ ଉଦ୍ୟମ କରିବାରୁ ଅତିରିକ୍ତ ତହସିଲଦାର ତହସିଲଦାରଙ୍କୁ ସୂଚନା ଦେଇଥିଲେ । ତହସିଲଦାର ସରୋଜକାନ୍ତ ନାୟକ ଭଡାସୂତ୍ରେ ବ୍ୟବହାର କରୁଥିବା ଓଡି ୦୪ ଡି ୦୬୧୧ ବୋଲେରୋ ଯୋଗେ ଖସିପଳାଉଥିବା ହାଇୱାକୁ ପିଛା କରି ଭଣ୍ଡାରିପୋଖରୀ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖ ଗଳାପୋଲ ତଳେ ଧରିଥିଲେ । ମାତ୍ର ହାଇୱା ଚାଳକ ଖସିପଳାଇଥିଲା । ଦ୍ରୁତଗାଡି ଚାଳନା ପାଇଁ ସ୍ଥାନୀୟ ଲୋକେ ତହସିଲଦାରଙ୍କ ସମେତ ବୋଲେରୋକୁ ଅଟକ ରଖିଥିଲେ । ତହସିଲଦାର ଶ୍ରୀ ନାୟକ ପୁଲିସକୁ ସୂଚନା ଦେଇଥିଲେ ହେଁ ପୁଲିସ ବିଳମ୍ବରେ ପହଞ୍ôଚଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.