Home ଜିଲ୍ଲା ପରିକ୍ରମା ମହିଳା ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ ଉଦ୍‌ଯାପିତ

ମହିଳା ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ ଉଦ୍‌ଯାପିତ

16

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୟୁକୋ ଗ୍ରାମୀଣ ଆତ୍ମନିଯୁକ୍ତି ସଂସ୍ଥା ଆନୁକୂଲ୍ୟରେ ଗତ ୧୮ ତାରିଖରୁ ଆରମ୍ଭ କରାଯାଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସାକ୍ଷରତା ଓ ଗୋଷ୍ଠୀ ସହାୟକଙ୍କ ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇ ଯାଇଛି । ସଂସ୍ଥାର ନିର୍ଦ୍ଦେଶିକା ମୀନାକ୍ଷୀ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି ୬ ଦିନିଆ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ଧାମନଗର ବ୍ଲକରୁ ୨୪ ଜଣ ପ୍ରଶିକ୍ଷାର୍ଥୀ ତାଲିମ୍‌ପ୍ରାପ୍ତ ହୋଇଛନ୍ତି । ଆଜିର ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ବାରିକ ଏବଂ ଅନ୍ୟତମ ଅତିଥିଭାବେ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ (ୟୁକୋ ବ୍ୟାଙ୍କ)ର ମ୍ୟାନେଜର ଏନ୍‌. ନାଗେଶ୍ୱର ରାଓ ଯୋଗ ଦେଇଥିଲେ । ବକ୍ତବ୍ୟ ପ୍ରସଙ୍ଗରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଅତିଥିମାନେ ପରାମର୍ଶ ଦେବା ସହିତ ତାଲିମପ୍ରାପ୍ତ ମହିଳାମାନେ ଆଗାମୀ ଦିନରେ ବେଶ ସଫଳତା ହାସଲ କରିବେ ବୋଲି ଆଶା ପୋଷଣ କରିଥିଲେ । ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ କିଟ୍ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟକି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏହି ସଂସ୍ଥା ଜରିଆରେ ଗତବର୍ଷ ଶେଷ ସୁଦ୍ଧା ୧୫୦ ଜଣଙ୍କ ପାଇଁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହୋଇଥିଲା ବେଳେ ଏବେ ୫୪ ଜଣଙ୍କୁ ତାଲିମ ପ୍ରଦାନ ପାଇଁ ଲକ୍ଷ ଧାର୍ଯ୍ୟ ଥିଲା । ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କୁ ପୂର୍ବରୁ ତାଲିମ ଦିଆ ସରିଛି । ବାକିଥିବା ୨୪ ଜଣଙ୍କୁ ଏହି ଶିବିରରେ ତାଲିମ ପ୍ରଦାନ କରାଗଲା । ଉଲ୍ଲେଖଯୋଗ୍ୟ କି ଏଥିରେ ଆର୍ଥିକ ପରିଚାଳନା ନେଇ ତାଲିମ୍ ଦିଆଯାଇଥାଏ । ବ୍ୟାଙ୍କିଂ ବ୍ୟବସ୍ଥା, କ୍ୟାଶ୍ ବୁକ୍ ପରିଚାଳନା, ଆର୍ଥିକ ନୀତି, ଆର୍ଥିକ ଅନୁଦାନ ଓ ବ୍ୟୟ ନେଇ ଆନୁଷଙ୍ଗିକ ବିଧିବିଧାନ ଆଦି ସମ୍ବନ୍ଧରେ ମହିଳାମାନଙ୍କୁ ଏଥିରେ ତାଲିମ୍ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.