Home ଅପରାଧ ଦୁର୍ଷ୍କମ ଉଦମ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

ଦୁର୍ଷ୍କମ ଉଦମ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

435

ଯାଜପୁର୧୪ା୧(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ଗ୍ରାମର ଜୈନିକ ଯୁବତୀଙ୍କୁ ଯୋର ଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦମ୍ୟ କରୁଥିବା ବେଳେ ଯୁବକ ଧରାପଡି ଜେଲଯିବା ଦେଖାଯାଇଛି । ବଡ ବିରୁହାଁ ଗ୍ରାମର ଜଣେ ଯୁବତୀ ଘର ନିକଟରେ ଯାଉଥିବା ବେଳେ ତାଙ୍କ ଗ୍ରାମର ସୁବ୍ରତ ଭୋଇ ରାସ୍ତା ଆଡୁଆଳକୁ ଟାଣିନେଇ ଯୋର ଜବରଦସ୍ତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପାଟିଶୁଣି ଯୁବତୀର ଭାଇ ସେଠାରେ ପହଂଚି ଯିବାରୁ ଉଭୟ ଭାଇ ଓ ଭଉଣୀକୁ ମାଡ ମାରି ଖସିଯିବାକୁ ଉଦ୍ୟମ କରିଥିଲା ସୁବ୍ରତ । ହେଲେ ମାଡ ଖାଇ ମଧ୍ୟ ଉଭୟେ ଭାଇ ଭଉଣୀ ମିଶି ତାକୁ କାବୁ କରିଥିଲେ । ଏ ସର୍ମ୍ପକରେ ଥାନାରେ ପିଡିତା ଯୁବତୀ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ସୁବ୍ରତକୁ ଗିରଫ କରିଥିଲେ । ପାଣିକୋଇଲି ପୁଲିସ ଦୁଷ୍କର୍ମ ଅଭିଯୁକ୍ତ ବଡବିରୁହାଁ ଗ୍ରାମର ଅମର ଭୋଇଙ୍କ ପୁଅ ସୁବତ୍ର (୨୬)କୁ ମାମଲା ୧୧/୨୦ ଦଫା ୩୪୧, ୨୯୪, ୩୨୩, ୫୦୬, ୩୫୪(ଏ)୩୫୪(ବି ), ୩୪ ଆକ୍ଟରେ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.