Home ଜିଲ୍ଲା ପରିକ୍ରମା ସଡକ ସୁରକ୍ଷା ସପ୍ତାହ ପାଳନ

ସଡକ ସୁରକ୍ଷା ସପ୍ତାହ ପାଳନ

509

ଯାଜପୁର୧୪ା୧(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ପାଣିକୋଇଲି ଥାନା ଓ ଯାଜପୁର ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ପାଣିକୋଇଲିସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ସହଯୋଗରେ ପାଳନ କରାଯାଇଛି । ଯାଜପୁର ଜିଲ୍ଲା ପୁଲିସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନେତୃତ୍ୱରେ ଉକ୍ତ ଣୋଭାଯାତ୍ରାକୁ ଯାଜପୁର ଏସପି ଚରଣ ସିଂ ମୀନା ଉଦ୍ ଘାଟନ କରିଥିଲେ । ଥାନାଧିକାରୀ ଅଜୟ କୁମାର ଜେନା ଓ ଥାନାର ସମସ୍ତ କର୍ମଚାରୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦଳାଇ, ଅଧ୍ୟାପକ ସମରେନ୍ଦ୍ର ଦାଶ, ମଦନ ମୋହନ ପାତ୍ର, ଗୈାରହରୀ ମହାପାତ୍ର, ସୁରେନ୍ଦ୍ର କୁମାର ରାଉତ, ମହେଶ୍ୱର ସେଠୀ, ବିଜୟ କୁମାର ଲେଙ୍କା, ଗୋପବନ୍ଧୁ ସାହୁ, ରବିନ୍ଦ୍ର ଦାସ, ମଧୁସୂଦନ ପଣ୍ଡା, ଗୟାଧର ଧଳ ଏବଂ ପରିବହନ କାର୍ଯ୍ୟାଳୟର ଜୁନିୟର ଏମଭିଆଇ ବସନ୍ତ କୁମାର ସେନାପତି, କର୍ମଚାରୀ ବିଜୟ ବାର୍ଲା,ସୁରେଶ ପତି, ଦିବାକର ସାହୁ, ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଥାନାରୁ ବାହାରି ପାଣିକୋଇଲି ବଜାର ପରିକ୍ରମା କରିବା ସହିତ ବାଇକ ଆରୋହୀ ଓ କାର ଚାଳକ ମାନଙ୍କୁ ସଡ଼କ ସୁରକ୍ଷା ବାବଦରେ ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.