Home ଅପରାଧ ୨୦୧୯ ମସିହାର ଆରପିଏଫ ଅପରାଧ ରେକର୍ଡ ପ୍ରକାଶ

୨୦୧୯ ମସିହାର ଆରପିଏଫ ଅପରାଧ ରେକର୍ଡ ପ୍ରକାଶ

133

ଭୁବନେଶ୍ୱର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଇଷ୍ଟକୋଷ୍ଟ ରେଲୱ ଚନ୍ଦ୍ରଶେଖପୁର ଭୁବନେଶ୍ୱର ରେଲୱ ସୁରକ୍ଷା ବଳ(ଆରପିଏଫ) ଆଇଜି ରାଜାରାମଙ୍କ ସୁତ୍ରରୁ ୨୦୧୯ ମସିହାର ଆରପିଏଫ ଅପରାଧ ରେକର୍ଡ ପ୍ରକାଶ ପାଇଛି । ଉକ୍ତ ମସିହାରେ ବିଭିନ୍ନ ମାମଲାରେ ୩୬୯ ଅପରାଧିଙ୍କୁ ଗିରଫ କରାଯାଇଥିବା ବେଳେ ୩୫ ଟି କୋଇଲା ଚୋରୀ ମାମଲାରେ ୭୧ ଜଣଙ୍କୁ ଗିରଫ କରାଯାଛି । ଗତବର୍ଷ ୪୮୨ ଜଣ ଶିଶୁଙ୍କୁ ଉଦ୍ଧାର କାରାଯାଇ ସେମାନଙ୍କ ଅଭିଭାବକ ମାନଙ୍କୁ ହସ୍ତାନ୍ତର କରାଯାଇଛି । ରେଲୱ ଟ୍ରେନରେ ରପ୍ତାନି ହେଉଥିବା ୩୦ ଲକ୍ଷ ୭୨ ହଜାର ଟଙ୍କାର ସମ୍ପତ୍ତି ଚୋରି ନେଇ ମାମଲା ରୁଜୁ କରାଯାଇ, ୧୪ ଲକ୍ଷ ୪୩ ହଜାର ଟଙ୍କାର ସମ୍ପତ୍ତି ଉଦ୍ଧାର ହୋଇଛି ବିଭିନ୍ନ ଦାମି ସାମଗ୍ରି ଉଦ୍ଧାର କରାଯାଇଥିବା  ଆରପିଏଫ ଆଇଜି ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ- ଗତବର୍ଷ ବାଲେଶ୍ୱର ଆରପିଏଫ ଅଧିନସ୍ତ ସବିରା ଷ୍ଟେସରେ  ଖଇରା ଥାନା ତୋଡିକଢିଆର ଦୁଣଜଣ ବ୍ୟକ୍ତି ପାସେଞ୍ଜର ଟ୍ରେନରୁ ୱାଗନ କାଟି ମାଲ ଚୋରି କରିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରା  ଅଟକ ହୋଇ ବାଲେଶର ଆରପିଏଫ ଦ୍ୱାରା ଗିରଫ ହୋଇଥିଲ୍ୱେ ସେହିପରି ଗତ କିଛି ଦିନ ତଳେ ଭଦ୍ରକ ଆରପିଏଫ ମଞ୍ଜୁରିରୋଡର ଜଣେ ଷେ୍‌ଷ୍ଟସନ ମାଷ୍ଟର ଓ ଜଣେ ଟି.ସି କୁ ଟ୍ରେନରୁ ମାଲ ଚୋରାଇ ନେବା ବେଳେ ଗିରଫ କରିବା ସହ ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମୟ ବ୍ୟକ୍ତିଙ୍କୁ ଗିରଫ କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.