Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ‘ସମାଜ’ବାଲେଶ୍ୱର ସଂସ୍କରଣ ପରିଚାଳକ ଗୁରୁତର

ଦୁର୍ଘଟଣାରେ‘ସମାଜ’ବାଲେଶ୍ୱର ସଂସ୍କରଣ ପରିଚାଳକ ଗୁରୁତର

76

ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ ବାଲେଶ୍ୱର ସଂସ୍କରଣ ପରିଚାଳକ ମଧୁସୂଦନ ଦାସ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି। ଗତକାଲି ଅପରାହ୍ନରେ ସେ ଏକ ସ୍କୁଟିରେ ସିମୁଳିଆ ଅଭିମୁଖେ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥର ସୋର କଲେଜଛକ ପରେ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍କୁଟିରେ ଚାଲିଥିବା ବେଳେ ପଛରୁ ଏକ ଏକ୍ସପ୍ରେସ୍ ବସ୍ ହଠାତ୍ ବହୁଜୋରରେ ବିକଟାଳପୂର୍ଣ୍ଣ ହର୍ଣ୍ଣ ବଜାଇବା ଯୋଗୁଁ ଶ୍ରୀ ଦାସ ଛାନିଆ ହୋଇ ଯାଇଥିଲେ। ହଡ଼ବଡ଼େଇ ଯିବା ଫଳରେ ସେ ତଳେ ପଡ଼ିଯାଇଥିଲେ। ‘ସମାଜ’ ସୋର ପ୍ରତିନିଧି ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାତିରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ପରୀକ୍ଷା ପରେ ତାଙ୍କର ବାମ ପାର୍ଶ୍ୱ କଲର ବୋନ୍ ଓ ବାହୁର ପଛପାଖ ଜଖମ୍ ହୋଇଥିବା ଜଣାପଡ଼ିଛି। ଶ୍ରୀ ଦାସଙ୍କର ଦୁର୍ଘଟଣା ଜନିତ ଆହତ ଖବର ପାଇ ସମାଜ ପ୍ରତିନିଧି ଓ କର୍ମଚାରୀଙ୍କ ସମେତ ବହୁ ସାମ୍ବାଦିକ ତଥା ବାଲେଶ୍ୱରର ବିଶିଷ୍ଟ ବ୍ୟକ୍ତିମାନେ ଡାକ୍ତରଖାନାରେ ତାଙ୍କୁ ସାକ୍ଷାତ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.