Home ଅନୁଗୁଳ ଦୁଇ କାର ମଧ୍ୟରେ ଧକ୍କା; ଭାଇଭଉଣୀ ମୃତ ଓ ଅନ୍ୟ ୪ ଆହତ

ଦୁଇ କାର ମଧ୍ୟରେ ଧକ୍କା; ଭାଇଭଉଣୀ ମୃତ ଓ ଅନ୍ୟ ୪ ଆହତ

131

ପରଜଙ୍ଗ/ତାଳଚେର,୨୩/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭଜିଆ ଛକ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଶିଶୁ ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟ ୫ଜଣ ଆହତ ହୋଇଛନ୍ତି । ଖବରରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ଏକ ପରିବାର କେନ୍ଦୁଝରରୁ କାମ ସାରି ଗଞ୍ଜାମ ଜିଲ୍ଲାର ବାକୁଟ ଗ୍ରାମ ଅଭିମୂଖେ ଫେରୁଥିଲେ । ତେବେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭଜିଆ ଛକ ନିକଟରେ ସେମାନଙ୍କ କାର ଅନ୍ୟ ଏକ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସଭିଏଁ କାରରୁ ଛିଟିକି ପଡ଼ିଥିଲେ । ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଜଣେ ନାବାଳକ ଓ ଜଣେ ନାବାଳିକାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ । ମୃତକ ଦ୍ୱୟ ମିତାଲି ନାହାକ ଏବଂ ନିଖିଲ ନାହାକ,ସେମାନଙ୍କର ବୟସ ପ୍ରାୟ ୭/୮ବର୍ଷ ହେବ ବୋଲି ସୂଚନା ମିଳିଛି । ଅନ୍ୟ ୫ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ଶିବ ଶଙ୍କର ନାହାକ,ଉଷା ନାହାକ,ଲକ୍ଷ୍ମଣ ସାହୁ,ଡ୍ରାଇଭର ବିଶ୍ୱ ରଞ୍ଜନ ଶତପଥୀ ଏବଂ ଅନ୍ୟଜଣେ ବ୍ୟକ୍ତି । ଖବରପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମେଡ଼ିକାଲରେ ପହଂଚି ଆହତମାନଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସମାଜସେବୀ ବାପି ମହାନ୍ତି ମେଡ଼ିକାଲରେ ରହି ଆହତମାନଙ୍କୁ ଚିକିତ୍ସା କରାଇବାରେ ସହଯୋଗ କରିଥିଲେ । ଆହତମାନଙ୍କ ମଧ୍ୟରୁ ଜଣେ ସଙ୍କଟାପନ୍ନ ଅବସ୍ଥାରେ ରହିଥିବାର ଜଣାପଡ଼ିଛି । ଅନ୍ୟ କାରଟି ମଧ୍ୟ ଭାଙ୍ଗିରୁଜି ଯାଇଥିବା ବେଳେ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲାର ଅନ୍ୟ ମେଡ଼ିକାଲକୁ ନିଆଯାଇଥିବାର ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.