Home ଜିଲ୍ଲା ପରିକ୍ରମା ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘରର ମାସିକ ଅଧିବେଶନ

ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘରର ମାସିକ ଅଧିବେଶନ

53

ତାଳଚେର,୨୩/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ହ୍ୟୁମାନ ରାଇଟସ୍ କାର୍ଯ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର, ସାଉଥବଲଣ୍ଡା ଶାଖାର ମାସିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଘରର ସଂଯୋଜକ ରଙ୍ଗାଧର ନାୟକଙ୍କ ଆବାହକତ୍ୱରେ ସଭାପତି ବିଭୂତି ଭୂଷଣ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ମହାମାରୀ କୋରୋନା ଯୋଗୁଁ ସାହିତ୍ୟ ଘରର ମାସିକ ଅଧିବେଶନ ସହ ବିଭିନ୍ନ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇ ପାରୁ ନଥିବାରୁ ସଦସ୍ୟମାନେ ଦୁଃଖ ପ୍ରକାଶ କରିଥିଲେ । ସଭାପତି ଶ୍ରୀ ସାହୁ ଆଗାମୀ ଦିନରେ ସାହିତ୍ୟ ଘରର ବିଭିନ୍ନ କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମାଚଂଳରେ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ଚଳିତ ବର୍ଷ ତାଳଚେର ବ୍ଲକରେ ଥିବା ଓଡିଆ ମାଧ୍ୟମ ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ପ୍ରଥମ ତିନି ଜଣ ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ଘର ପକ୍ଷରୁ ସମ୍ମାନୀତ କରାଯିବାକୁ ନିଷ୍ପତି ନିଆଯାଇଥିଲା । ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ୧୧୦ତମ ଜୟନ୍ତୀ ଅବସରରେ ଏକ ଅନ୍‌ଲାଇନ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କରାଯିବାକୁୁ ସ୍ଥିର କରାଯାଇଥିଲା । ଏହି ଅଧିବେଶନରେ କୋଭିଡ-୧୯ର ନିୟମକୁ ପାଳନ କରାଯାଇଥିବା ବେଳେ ସାହିତ୍ୟ ଘରର ଉପସଭାପତି ବୀରବର ସାହୁ,ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ରସାନନ୍ଦ ଥାଟୋଇ,ଦୟାନିଧି ସାହୁ,ରଶ୍ମିକାନ୍ତ ରଥ,ମହେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦକ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ରସାନନ୍ଦ ଥାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.