ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ବନ୍ତ ପାୟତ ସମ୍ମିଳନୀ କକ୍ଷରେ ୧ ହଜାର ୩ ଶହ ତିନି ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ନୂତନ ଭତା ପ୍ରଦାନ କରାଯାଇଛି । ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କ ମଂଚ ପରିଚାଳନାରେ ଆୟୋଜିତ ସଭାକୁ ବିଡିଓ ସୀତାକାନ୍ତ ରାଉତ ଅଧ୍ୟକ୍ଷତା କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜ ଘଡେଇ, ଉପାଧ୍ୟକ୍ଷ ପ୍ରଗତିବାଳ ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଭତା ଯୋଜନା ବୟସ୍କଙ୍କୁ ଆଶାର ଆଲୋକ ବୋଲି କହିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ତତ୍ୱାବଧାନରେ ଅତିଥି ମାନେ ହିତାଧିକାରୀଙ୍କୁ ପ୍ରମାଣପତ୍ର ଓ ଦୁଇ ମାସର ଭତା ପ୍ରଦାନ କରିଥିଲେ । ୨୫ ଗୋଟି ପଚାଂୟତର ନିର୍ବାହୀ ଅଧିକାରୀଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ପୁହାଣ, ମିତ୍ରଭାନୁ ସ୍ୱାଇଁ, ରତନୀ ଜେନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।








