Home ଜିଲ୍ଲା ପରିକ୍ରମା ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

4

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶନିବାର ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ପକ୍ଷରୁ “ବିଶ୍ୱ ମଧୁମେହ ଦିବସ’ ପାଳିତ ହୋଇଯାଇଛି। ସକାଳ ୮ଟା ରେ ମହତାବ ଛକ ଠାରୁ ଏକ ମଧୁମେହ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ରାଉତ ଓ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ ପତାକା ଦେଖାଇ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଏଥିରେ ବରିଷ୍ଠ ନାଗରିକ ଗଣ, ବିଭିନ୍ନ ନର୍ସିଂ କଲେଜ ରୁ ୫ଶହ ରୁ ଉର୍ଦ୍ଧ୍ୱ ଛାତ୍ର,ଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନର ସ୍ୱେଚ୍ଛାସେବୀ ଗଣ ମିଶି ସହର ପରିକ୍ରମା କରି ଶେଷରେ ପାନ୍ଥନିବାସ ସଭାସ୍ଥଳ ରେ ପହଁଚି ଥିଲେ । ଅନୁଷ୍ଠାନର ଉପଦେଷ୍ଟା ଡ଼ା ରଞ୍ଜିତ କୁମାର ଖଟୁଆ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାପାତ୍ର , ଅତିରକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା ସୁଧୀର ରଞ୍ଜନ ନାୟକ, ବରିଷ୍ଠ ଚିକିତ୍ସାଧିକାରୀ ଡ଼ା ରବୀନ୍ଦ୍ର କୁମାର ନାୟକ, ଡ଼ା ହରେକୃଷ୍ଣ ନାୟକ ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ସଭାପତି, ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅନିରୁଦ୍ଧ ନାୟକ ଯୋଗ ଦେଇ ମଧୂମେହ ର ଜୀବନ ଶୈଳୀ, ଦିନଚର୍ଯ୍ୟା, ଖାଦ୍ୟପେୟ ଇତ୍ୟାଦି ଉପରେ ଆଲୋଚନା କରିଥିଲେ। ସମ୍ପାଦିକା ବସୁମିତ୍ର। ସାହୁ ଅନୁଷ୍ଠାନ ର ବିବରଣୀ ପାଠ କରିଥିଲେ । ସମାସେବୀ ଶ୍ରୀଯୁକ୍ତ ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ଏହି କ୍ୟାମ୍ପରେ ଡ଼ା ରଞ୍ଜିତ୍ ଡାଇବେଟିସ ସ୍ପେଶିଆଲିଟି କ୍ଲିନିକର ସହଯୋଗ ରେ ୨ହଜାର ରୁ ଉର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇ ଥିଲା । ସେଥିମଧ୍ୟରୁ ୯୨୩ ଜଣ ମଧୂମେହ ଚିହ୍ନଟ କରାଯାଇଥିଲା । ଏହି ନିଶୁଳ୍କ କାର୍ଯକ୍ରମ ରେ ବହୁ ପ୍ରତିଷ୍ଠିତ ଔଷଧ କମ୍ପାନୀର ପ୍ରତିନିଧି ମାନଙ୍କର ସ୍ୱେଚ୍ଛାକୃତ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ ସମ୍ପାଦନ ହୋଇଯାଇଛି। ସତ୍ୟସାଇ ଅନୁଷ୍ଠାନର ସଦସ୍ୟ ପଙ୍କଜ ନାୟକ, ବିଷ୍ଣୁ ଭାଇ, ପ୍ରକାଶ ନାୟକ, ରଞ୍ଜନ ରାଉତ, ସୁବ୍ରତ ଓ ଦୟା ବାବୁ ପ୍ରମୁଖ ରୋଗୀ ମାନଙ୍କର ଚିକିତ୍ସା କାଳୀନ ସମୟ ଉପଯୋଗୀ ଖାଦ୍ୟ ବ୍ୟବସ୍ଥାକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁଚାରୁ ରୁପେ ସମ୍ପାଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.